ETV Bharat / sitara

ସୁଶାନ୍ତଙ୍କ ବାୟୋପିକ ମାମଲା: ପରିବାରର ଆବେଦନରେ ନୋଟିସ୍ ଜାରି - ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନ୍ୟୁଜ

ସୁଶାନ୍ତଙ୍କ ବାୟୋପିକ ରିଲିଜରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲେ ଅଭିନେତାଙ୍କ ପିତା । ଏହା ଉପରେ ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 20, 2021, 5:27 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ମନୋଜ କୁମାର ଓହ୍ରିଙ୍କ ଏକକ ଜଜ୍ ବେଞ୍ଚ ଆଜି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂଙ୍କ ଆବେଦନରେ ନୋଟିସ୍ ଜାରି କରିଛନ୍ତି। ଅଭିନେତାଙ୍କ ଜୀବନ ଉପରେ ନିର୍ମାଣ ହେଉଥିବା ଫିଲ୍ମ ରିଲିଜରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲେ କେକେ ।

ସେ ଆବେଦନରେ କହିଥିଲେ, ‘ଅନେକ ଲୋକ ମୋ ପୁଅର ମୃତ୍ୟୁକୁ ତାଙ୍କ ତଥା ପରିବାରର ସୁନାମ ଅର୍ଜନ କରିବା ପାଇଁ ବ୍ୟବହାର କରୁଛନ୍ତି । ମିଛ କାହାଣୀ ବିକାଶ କରି ଖ୍ୟାତି ଅର୍ଜନ କରିବାର ସୁଯୋଗ ଭାବରେ ଗ୍ରହଣ କରୁବାକୁ ଚେଷ୍ଟା କରୁଛନ୍ତି ।’

କଥାଟି ହେଲା ଯେ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସମାଧାନ ହୋଇନଥିବା କାହାଣୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ ଦ ଜଷ୍ଟିସ’ର ଟିଜର ରିଲିଜ ହୋଇଥିଲା । 59 ସେକେଣ୍ଡର ଟିଜରରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ସୁଶାନ୍ତଙ୍କ ଆତ୍ମହତ୍ୟା ଏବଂ ମୃତ୍ୟୁ ପର ଯାଞ୍ଚର କାହାଣୀକୁ ନେଇ ପର୍ଯ୍ୟବେଶିତ। ଟିଜର ଦେଖିବା ପରେ ଫିଲ୍ମର ମେକର୍ସଙ୍କ ଉପରେ ଅପମାନଜନକ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ ଫ୍ୟାନ୍ସ ।

ସେହିପରି ଏହି ଫିଲ୍ମକୁ ଆଧାର କରି ସୁଶାନ୍ତଙ୍କ ପିତା ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ । କାରଣ ସେ ବର୍ତ୍ତମାନ ଚାହୁଁନାହାଁନ୍ତି ତାଙ୍କ ପୁଅର ବାସ୍ତବ କାହାଣୀକୁ ମିଥ୍ୟା କାହାଣୀ ରୂପେ ପ୍ରସାରିତ କରାଯାଉ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.