ETV Bharat / sitara

ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍: ଶେଫାଳି

ନିଜର ପପୁଲାର ସିରିଜ ‘ଦିଲ୍ଲୀ କ୍ରାଇମ’କୁ ନେଇ ପ୍ରତିକ୍ରିୟା ରଖିଲେ ଶେଫାଳି । ଆଉ ଦୁଷ୍କର୍ମକାରୀ ମୃତ୍ୟୁଦଣ୍ଡ ପାଇବା ଯୋଗ୍ୟ ବୋଲି କହିଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଫାଳି ଶାହ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଫାଳି ଶାହ
author img

By

Published : Dec 3, 2020, 10:19 AM IST

ମୁମ୍ବାଇ: 2012ର ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦେଶବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ନ୍ୟାୟ ଦାବିରେ ମାଇଲ୍ ମାଇଲ୍ ଚାଲିବା ଏବଂ ଭାରତ ତଥା ସାରା ବିଶ୍ବରେ ମହିଳାଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏହି ବିଷୟବସ୍ତୁ ନେଇ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ୱେବ ସିରିଜ ‘ଦିଲ୍ଲୀ କ୍ରାଇମ’ ରିଲିଜ କରିଥିଲା । ଯାହା ପୁଣିଥରେ ଲୋକଙ୍କୁ ପନଃ ମନେ ପକାଇଦେଇଥିଲା ଏହି ଲୋମ ହର୍ଷଣକାରୀ ଘଟଣା ସମ୍ପର୍କରେ । ଏହି ସିରିଜରେ ଦମଦାର ଅଭିନୟ କରିଥିଲେ ଅଭିନେତ୍ରୀ ଶେଫାଳି ଶାହ । ସେ ଡିସିପି ଭାର୍ତ୍ତିକା ଚତୁର୍ବେଦୀ ଭୂମିକାରେ ନଜର ଆସିଥିଲେ । ନିକଟରେ ଏହି ସିରିଜକୁ 48ତମ ଅନ୍ତର୍ଜାତୀୟ ଏମି ପୁରସ୍କାରରେ ଶ୍ରେଷ୍ଠ ଡ୍ରାମା ସିରିଜ ରୂପେ ପୁରସ୍କୃତ କରାଯାଇଥିଲା ।

ସେପଟେ ସିରିଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶେଫାଳି । ଏମି ପୁରସ୍କାର ପାଇବା ଅବସରରେ ଏକ ସାକ୍ଷାତକାରରେ ଯୋଗ ଦେଇ ସେ ନିଜ ଖୁସି ପ୍ରକାଶ କରିବା ସହ ଆଉ ଅନେକ କଥା କହିଥିଲେ । ଏଥିପାଇଁ ସେ ଖୁସି ଅନୁଭବ କରୁଛନ୍ତି ବୋଲି କହିଥିଲେ । ଏହାସହ ସେ କହିଛନ୍ତି ଯେ ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦିଆଯିବା ଦରକାର । ଯାହାଦ୍ବାରା ଏପରି କାର୍ଯ୍ୟ କରିବା ପୂର୍ବରୁ ସମସ୍ତେ ଥରେ ଭାବିବେ ।

ସେହିପରି ଆହୁରି କହିଛନ୍ତି, ‘ଏହା ହେଉଛି ଜଣେ ମହିଳାଙ୍କ କାହାଣୀ । ଯାହାର ନେତୃତ୍ବ କେବଳ ଭାର୍ତ୍ତିକା ନୁହେଁ ଅନ୍ୟ ମହିଳା ଭୂମିକା ନେଇଥିଲେ। । ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ମହିଳାଙ୍କ ଦ୍ବାରା ସାମ୍ନାକୁ ଆସିଥିଲା ​​ଏବଂ ଏହା ପ୍ରଶଂସନୀୟ । ଏହା ଜଣେ ମହିଳାଙ୍କ ବିଷୟରେ, ତା’ର ଯନ୍ତ୍ରଣା ଏବଂ ଜୀବନ ହରାଇବା ବିଷୟରେ କଥାବାର୍ତ୍ତା କରେ ଏବଂ ସେହି ସମୟରେ ଅନ୍ୟ ଜଣେ ମହିଳା କାହାଣୀ କହିଥାଏ ଯିଏ ନ୍ୟାୟ ପାଇଁ ଲଢୁଥିଲା ​​ଏବଂ ଯିଏ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦିନରାତି ଚେଷ୍ଟା ଚଳାଇଥିଲା । ପୂର୍ବରୁ ଅନେକ ଶୋ ଅଛି ଯାହା ମହିଳାଙ୍କ ଉପରେ ଆଧାରିତ ହୋଇସାରିଛି । ଅନେକ ନିର୍ମାତା ନିଜ ନିଜ ଢଙ୍ଗରେ ମହିଳାଙ୍କ ଭିନ୍ନ ଭିନ୍ନ କାହାଣୀ ପର୍ଯ୍ୟବେଶିତ କରିଛନ୍ତି । ହେଲେ ଦିଲ୍ଲୀ କ୍ରାଇମର ବିଜୟ ବର୍ତ୍ତମାନ ସତ୍ୟକୁ ଆହୁରି ଦୃଢ କରିବାକୁ ଯାଉଛି । ଯେଉଁଠାରେ ଅନେକ ପ୍ରତିଭା ଏବଂ ପ୍ରତିଭା ଲିଙ୍ଗ ଭିତ୍ତିକ ନୁହେଁ । ମୁଁ ଭାର୍ତ୍ତିକା ଭୂମିକାରେ ଅଭିନୟ କରିଥିବାରୁ ଗର୍ବିତ ଅନୁଭବ କରୁଛି । ପୂର୍ବରୁ ଅନେକ ଭୂମିକାରେ ମୁଁ ଅଭିନୟ କରିଥିଲି । ହେଲେ ଭାର୍ତ୍ତିକା ଭୂମିକା ଏପରି ଥିଲା ଯେଉଁଥିରେ ମୁଁ ପ୍ରଥମଥର ଅଭିନୟ କରିଥିଲେ । ଆଉ ଯାହା ମତେ ସବୁବେଳେ ଗର୍ବିତ କରାଇବ ବୋଲି ଆଶା କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.