ETV Bharat / sitara

73ବର୍ଷର ସିନେମା ହଲରେ ଝୁଲିଲା ତାଲା

author img

By

Published : Mar 18, 2020, 11:32 AM IST

ଏମାସ 30 ତାରିଖରେ ସବୁଦିନ ପାଇଁ ବନ୍ଦ ହେଉଥାଆନ୍ତା ଡେରାଡୁନର ପୁରୁଣା ପ୍ରଭାତ ସିନେମାଘର। ହେଲେ କୋରୋନା ଭାଇରସ ଭୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଛି।

cinema hall prabhat
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଡେରାଡୁନ: ଉତ୍ତରାଖଣ୍ଡ ରାଜଧାନୀର ଐତିହାସିକ ପ୍ରଭାତ ସିନେମା ମଙ୍ଗଳବାର ସବୁ ଦିନ ପାଇଁ ବନ୍ଦ କରିଦିଆଯାଇଛି। ଏହି ସିନେମାଘରକୁ ଏମାସ 30 ତାରିଖରେ ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ସୁପରହିଟ୍ ଫିଲ୍ମ ‘ବବି’ ଶୋ ସହ ବନ୍ଦ କରାଯିବାର ଥିଲା । ହେଲେ କୋରୋନା ଭାଇରସକୁ ଦୃଷ୍ଟିରେ ରିଖି ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ବନ୍ଦ କରାଯାଇଛି। ଶୁଣିବାକୁ ମିଳୁଛି ଯେ ଲକ୍ଷ ଲକ୍ଷ ଦର୍ଶକ ନିଜ ଜୀବନର ପ୍ରଥମ ଫିଲ୍ମ ଏହି ସିନେମାଘରେ ଦେଖିଥିଲେ। ଯେଉଁଥିରେ ଆଜି ଆର୍ଥିକ ସମସ୍ୟା ଯୋଗୁ ତାଲା ପଡିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରଭାତ ସିନେମାଘରଟି 73 ବର୍ଷ ପୁରୁଣା । ଡୁନର ଏହି ସିନେମାଘରେ ଋଷିଙ୍କ ହିଟ୍ ଫିଲ୍ମ ‘ବବି’ 25 ସପ୍ତାହ ପର୍ଯ୍ୟନ୍ତ ପରଦାରେ ଚାଲିଥିଲା। ଏହି କାରଣ ପାଇଁ ବର୍ତ୍ତମାନ ପ୍ରଭାତ ସିନେମା ହଲର ସଞ୍ଚାଳନ କରୁଥିବା ତୁଷାର ନାଗାଳିୟା ହଲକୁ ବନ୍ଦ କରିବାକୁ ପୂର୍ବରୁ 30 ତାରିଖରେ ‘ବବି’ ଫିଲ୍ମକୁ ଦ୍ବିତୀୟଥର ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ଦୁର୍ଭାଗ୍ୟବଶତଃ ଏହପିର ହୋଇପାରିନାହିଁ । ପ୍ରକାଶ ଥାଉକି ଚକରାତା ରୋଡରେ 1947ରେ ପ୍ରଭାତ ସିନେମାଘର ନିର୍ମାଣ ହୋଇଥିଲା । ଏହାର ପ୍ରତିଷ୍ଠା ସ୍ଥାନୀୟ ବ୍ୟବସାୟୀ ଟିସି ନାଗାଲିୟା କରିଥିଲେ। ଏହା ସେହି ସମୟ ଥିଲା ଯେବେ ଦର୍ଶକ ନିଜ ପରିବାର, ବନ୍ଧୁବାନ୍ଧବଙ୍କ ସହିତ ଉତ୍ସାହ ସହ ଫିଲ୍ମ ଦେଖିବାକୁ ଯାଉଥିଲେ। ହେଲେ ମଲ୍ଟି ପ୍ଲେକ୍ସର ଏହି ଯୁଗରେ ଗତ କିଛି ବର୍ଷରୁ ଦର୍ଶକ ସିଙ୍ଗଲ ସ୍କ୍ରିନ ସିନେମାଘରକୁ ଯିବା ବନ୍ଦ କରିଦେଇଥିଲେ। ଏଥିନିମନ୍ତେ ବହୁ ପୁରୁଣା ସିନେମାଘରକୁ ଏବେ ଧିରେ ଧିରେ କରି ବନ୍ଦ କରିଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.