ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା ଏବେ ଚର୍ଚ୍ଚାରେ । ଏକ ନୂଆ ବିବାଦରେ ଫସିଛନ୍ତି ସେ । ଦିଲ୍ଲୀର ଜଣେ ବ୍ୟବସାୟୀ ତାଙ୍କ ବିରୋଧରେ ମାନହାନି ମାମଲା ଆଣିଛନ୍ତି । ଏହା ପୂର୍ବରୁ ଈଶା ଏହି ଅଭିଯୋଗକାରୀ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ ।
ରିପୋର୍ଟ ଅନୁସାରେ, ଓକିଲ ବିକାଶ ପାହୱାଙ୍କ ସହାୟତାରେ ଆଇପିସି ଧାରା 499 ଓ 500ରେ ଦିଲ୍ଲୀର ସାକେତ କୋର୍ଟରେ ଈଶାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀଙ୍କ କହିବାନୁସାରେ, ଅଭିନେତ୍ରୀଙ୍କୁ କଡା ଦଣ୍ଡ ଦେବା ସହ ଜୋରିମାନା ଦେବାକୁ ହେବ ।
ନିକଟରେ ଈଶା ସୋସିଆଲ ମିଡିଆରେ ବ୍ୟବସାୟୀଙ୍କ ଫଟୋ ସେୟାର କରି ତାଙ୍କ ଉପରେ ଅଭିଯୋଗ ଆଣିଥିଲେ । ଏହାପରେ ବ୍ୟବସାୟୀ ଜଣଙ୍କୁ ଅନେକ ଅପମାନର ଶିକାର ହେବାକୁ ପଡିଥିଲା । ତାଙ୍କୁ ବାରମ୍ବାର ଏଥିପାଇଁ ଫୋନ ଆସୁଥିଲା ଏହାସହ ଅନେକ ବ୍ୟବସାୟୀଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ଏହାସହ ସୋସିଆଲ ମିଡିଆରେ ମଧ୍ୟ ବ୍ୟବସାୟୀଙ୍କୁ ଅପମାନିତ କରାଯାଇଥିଲା ।
ତେବେ ଏହା ପୂର୍ବରୁ ଜୁଲାଇ 6ରେ ଜଣେ ଅଚିହ୍ନା ବ୍ୟକ୍ତି ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ଆଣିଥିଲେ ଈଶା ।