ହାଇଦ୍ରାବାଦ: ସୋସିଆଲ ମିଡ଼ିଆରେ ଗତ କିଛି ଦିନ ଧରି ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ(Vic-Kat wedding)କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର Unarchive ଫଟୋ ପୋଷ୍ଟ କରି ଅତୀତକୁ ମନେ ପକାଇଛନ୍ତି । ଏହାପରେ କିଛି ନେଟିଜେନ୍ସ ଦୀପିକାଙ୍କୁ କରିଛନ୍ତି ଟାର୍ଗେଟ । ବିକି-କ୍ୟାଟଙ୍କ ବିବାହକୁ ନେଇ ବର୍ତ୍ତମାନ 'ଏହା ତୁମ ମୁହୂର୍ତ୍ତ' ନୁହେଁ ବୋଲି କହିଛନ୍ତି ।
- " class="align-text-top noRightClick twitterSection" data="
">
୨୦୨୦ ମସିହା NCB ଘଟଣା ପରେ ଅଭିନେତ୍ରୀ ଦୀପିକା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ପୋଷ୍ଟଗୁଡିକୁ ହଟାଇ ଦେବା ସହିତ ଏତେଟା ଆକ୍ଟିଭ ରହୁନଥିଲେ । ଏହାପରେ ସେ ଚଳିତ ବର୍ଷ ଜାନୁଆରୀ ମାସରେ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରିବା ଆରମ୍ଭ କରିଥିଲେ । କିନ୍ତୁ ପୂର୍ବାପେକ୍ଷା ସୋସିଆଲ ମିଡ଼ିଆରେ ଅଧିକ ଆକ୍ଟିଭ ରହୁନଥିଲେ ଦୀପିକା । କିନ୍ତୁ ଆଶ୍ଚର୍ଯ୍ୟର କଥା ବିକି ଓ କ୍ୟାଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୀପିକା ଇନଷ୍ଟାଗ୍ରାମରେ ନିଜ ବିବାହର Unarchive ଫଟୋ ସେୟାର କରିଛନ୍ତି । ଇଟାଲୀରେ ଆକ୍ଟର ରଣବୀରଙ୍କ ସହିତ କରିଥିବା ଡେଷ୍ଟିନେସନ ୱେଡିଙ୍ଗର ମଧ୍ୟ ଫଟୋ ସହିତ ବିବାହର ନିମନ୍ତ୍ରଣ ପତ୍ରକୁ ମଧ୍ୟ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହାକୁ କିଛି ନେଟିଜେନ୍ସ କରିଛନ୍ତି ଟାର୍ଗେଟ । ବିକି ଓ କ୍ୟାଟଙ୍କ ବିବାହ ଦୀପିକାଙ୍କୁ ନିଜ ବିବାହ ମୁହୂର୍ତ୍ତକୁ ମନେ ପକାଇ ଦେଇଛି ବୋଲି ସେ କହିଛନ୍ତି । ଆଉ କିଛି ନେଟିଜେନ୍ସ 'ବର୍ତ୍ତମାନ ଏହା ତୁମ ମୁହୂର୍ତ୍ତ' ନୁହେଁ ବୋଲି ମଧ୍ୟ କହିଛନ୍ତି । ଦୀପିକା ଫ୍ୟାନ୍ସଙ୍କ ଧ୍ୟାନକୁ ନିଜ ଆଡ଼କୁ ଆଣିବା ପାଇଁ ଏପରି ଫଟୋକୁ ସେୟାର କରୁଛନ୍ତି ବୋଲି କିଛି ନେଟିଜେନ୍ସ କହିଛନ୍ତି । ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି ଯେ ଦୀପିକା 'ବଚ୍ଚୋ ବାଲି ହରକତ୍' ବା ଛୋଟ ପିଲାଙ୍କ ପରି କାର୍ଯ୍ୟ କରୁଛନ୍ତି ।
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ