ETV Bharat / sitara

ସ୍ଥଗିତ ରହିଲା ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’

author img

By

Published : Jan 19, 2021, 4:37 PM IST

ଅକ୍ଟୋବର 2019 ରେ ବଲିଉଡ ଦିଭା ଦୀପିକା ପାଦୁକୋନ ଘୋଷଣା କରିଥିଲେ ଯେ ସେ ମହାଭାରତରେ ପ୍ରଯୋଜନା ଏବଂ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’
ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’

ହାଇଦ୍ରାବାଦ: ଅକ୍ଟୋବର 2019 ରେ ଦୀପିକା ପାଦୁକୋନ ଘୋଷଣା କରିଥିଲେ ଯେ ସେ ମହାଭାରତରେ ପ୍ରଯୋଜନା ଏବଂ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ମହାଭାରତ ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ନିର୍ମାଣ ହେବ। ମହାଭାରତ ନେଇ ଗୁଜବ ମଧ୍ୟରେ ଏହି ରିପୋର୍ଟ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ପାଇଁ ଫିଲ୍ମକୁ ସ୍ଥଗିତ ରଖାଯାଇଛି । ଯେତେବେଳେ ଟିମ୍ ଫିଲ୍ମର ଆବଶ୍ୟକତା ଅଛି ବୋଲି ଭାବିବ ସେତେବେଳେ ଫିଲ୍ମର ସୁଟିଂ ଆରମ୍ଭ କରାଯିବ ।

ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’
ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’

2020 ରିଲିଜ୍ ହୋଇଥିବା ‘ଛପାକ୍’ର ପ୍ରଯୋଜନା ଭାର ଉଠାଇଥିଲେ ଦୀପିକା । ଏହାପରେ ମହାଭାରତର ବି ପ୍ରଯୋଜନା ତୁଲାଇବେ ବୋଲି ସୂଚନା ଦେଇଥିଲେ । ଦୌପଦୀଙ୍କ ଦୃଷ୍ଟିରେ ମହାଭାରତ, ପୁରାଣ କାହାଣୀକୁ ନୂଆ ରୂପ ଦେବ । ଏହି ଚଳଚ୍ଚିତ୍ରଟି ବିଭିନ୍ନ ଭାଗରେ ରିଲିଜ୍ କରାଯିବ । ପ୍ରଥମ ଭାଗଟି 2021 ଦୀପାବଳିରେ ରିଲିଜ ହେବାର ଯୋଜନା ଥିଲା ।

ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’
ଦୀପିକା ପାଦୁକୋନଙ୍କ ପ୍ରୋଜେକ୍ଟ ‘ମହାଭାରତ’

ମହାଭାରତଙ୍କ ପାଇଁ ଦୀପିକା ନିର୍ମାତା ମଧୁ ମଣ୍ଟେନାଙ୍କ ସହ ଆଲୋଚନା କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ପାଇଁ ଯିଏ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ବାଜ ଇଚ୍ଛୁକ ଥିଲେ। ମହାଭାରତଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଅଧିକ ସମୟ ନେଉଥିବାବେଳେ ଦୀପିକା ତାଙ୍କ ଧ୍ୟାନକୁ ଅନ୍ୟ ପ୍ରୋଜୋକ୍ଟ ଉପରେ ରଖିଥିଲେ । ତେବେ ଏପର୍ଯ୍ୟନ୍ତ ଫିଲ୍ମର ନିର୍ଦ୍ଦେଶକ ଠିକ୍ ହୋଇ ପାରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.