ମୁମ୍ବାଇ: ଆଉ ଗୋଟିଏ ଦିନ ପରେ ପୁରା ଦେଶ ହୋଲି ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛନ୍ତି । ପିଲା ଠାରୁ ବୁଢା ସମସ୍ତେ ହୋଲି ରଙ୍ଗରେ ବୁଡିବାକୁ ନେଇ ପ୍ରସ୍ତୁତ ହୋଇ ସାରିଲେଣି। ଷ୍ଟାର୍ସମାନେ ମଧ୍ୟ ହୋଲି ଉତ୍ସବଟିକୁ ଖୁବ୍ ପସନ୍ଦ କରନ୍ତି । ସବୁଠାରୁ ଏବର୍ଷ ହୋଲି ସେହି ଷ୍ଟାର୍ସଙ୍କ ପାଇଁ ଶାନଦାର ହେବାକୁ ଯାଉଛି, ଯେଉଁମାନେ ଚଳିତ ବର୍ଷ ବିବାହ କରିଛନ୍ତି ।
ଇତିମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରି ସବୁଠାରୁ ପାୱାରଫୁଲ କପଲ ରଣଭୀର ସିଂହ ଓ ଦୀପିକାଙ୍କ ହୋଲିକୁ ନେଇ ବଡ ଖବର ଶୁଣିବାକୁ ମିଳୁଛି । କୁହାଯାଇଛି ଯେ ଦୀପିକା ବିବାହ ପରେ ନିଜର ପ୍ରଥମ ହୋଲି ସ୍ବାମୀଙ୍କ ସହ ଖେଳିବେ ନାହିଁ ।
ଜଣାଇ ଦେଉଛୁ ଯେ ନିଜ ଅଭିନୟ ଦ୍ବାରା ହଜାର ହଜାର ଦର୍ଶକଙ୍କ ମନ କିଣିଥିବା ଦୀପିକା ଏବେ ଇଣ୍ଡଷ୍ଟ୍ରିରେ ପ୍ରଯୋଜିକା ରୂପେ ପାଦ ଥାପିବାକୁ ଯାଉଛନ୍ତି । ସେ ଫିଲ୍ମ 'ଛପାକ'ର ପ୍ରଯୋଜିକା କରୁଛନ୍ତି। ଖବର ଅନୁଯାୟୀ ଦୀପିକା ଏହି ହୋଲିରେ ସେ 'ଛପାକ'ର ସୁଟିଂରେ ଖୁବ୍ ବ୍ୟସ୍ତ ରହିବେ । ଯାହା ପାଇଁ ସେ ରଣଭୀରଙ୍କ ସହ ପ୍ରଥମ ହୋଲି ଖେଳିପାରିବେ ନାହିଁ ।
ମଙ୍ଗଳବାର ଏକ ଆୱାର୍ଡ ଶୋରେ ପହଞ୍ଚିଥିବା ଦୀପିକା ଏହି କଥାର ଖୁଲାସା କରିଥିଲେ କି ସେ ଏବର୍ଷ ହୋଲି ଖେଳିବେ ନାହିଁ କେବଳ କାମ କରିବେ । ଫିଲ୍ମ ପାଇଁ ସେ ଆଜି ମୁମ୍ବାଇରୁ ଦିଲ୍ଲୀର ଯାତ୍ରା କରିସାରିଛନ୍ତି ।
ପ୍ରକାଶ ଥାଉକି ଦୀପିକା 'ଛପାକ'ରେ ମୁଖ୍ୟ ଅଭିନେତ୍ରୀ ରୂପେ ମଧ୍ୟ ନଜର ଆସିବେ । ଫିଲ୍ମଟି ଏସିଡ ଆଟାକ ଉପରେ ଆଧାରିତ । ଏହା ଲକ୍ଷ୍ମୀ ଅଗ୍ରୱାଲଙ୍କ ବାୟୋପିକ ।