ETV Bharat / sitara

'ଧୁମ୍- 4' ରେ ଭିଲେନ ସାଜିବେ ଦୀପିକା !

author img

By

Published : Jan 3, 2021, 6:24 PM IST

ଏବେ ଫିଲ୍ମ 'ଧୁମ୍-4'କୁ ବହୁ ଚର୍ଚ୍ଚା ଚାଲିଛି । 'ଧୁମ୍ -4' ର ନିର୍ମାତାମାନେ ମନସ୍ଥ କରିଛନ୍ତି ଯେ, ସେମାନେ ପ୍ରଥମ ଥର ପାଇଁ ଜଣେ ଫିମେଲଙ୍କୁ ଭିଲେନ୍ ଭାବରେ କାଷ୍ଟ କରିବାକୁ ଯାଉଛନ୍ତି । ଏହି ମେଗା ବଜେଟ୍ ଚଳଚ୍ଚିତ୍ରରେ ବଲିଉଡ ବିୟୁଟି ଦୀପିକାଙ୍କୁ ନେବା ପାଇଁ ପ୍ରସ୍ତୁତି ଚାଲିଛି । ଅଧିକ ପଢନ୍ତୁ...

Deepika Padukone to turn baddie for Dhoom 4?
'ଧୁମ୍- 4' ରେ ଭିଲେନ ସାଜିବେ ଦୀପିକା !

ନୂଆଦିଲ୍ଲୀ : ଏବେ ଫିଲ୍ମ 'ଧୁମ୍-4'କୁ ବହୁ ଚର୍ଚ୍ଚା ଚାଲିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରାଙ୍କ ଭୂମିକା ସର୍ବଦା ଫିକ୍ସ ବୋଲି ବିବେଚନା କରାଯାଏ, କିନ୍ତୁ ଏଥର ଫିଲ୍ମରେ ଭିଲେନ୍ କିଏ ହେବ ବୋଲି ତାହାକୁ ନେଇ ଜୋରସୋରରେ ଆଲୋଚନା ଚାଲିଛି ।

କହିବାକୁ ଗଲେ, ଫିଲ୍ମ 'ଧୁମ୍ -4' ପାଇଁ ପୂର୍ବରୁ ଶାହରୁଖ ଖାନ ଏବଂ ରଣବୀର ସିଂଙ୍କ ନା ସାମ୍ମନାକୁ ଆସିଥିଲା, କିନ୍ତୁ ଏବେ ଆଉ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏହି ଭେଟେରାନ୍ କଳାକାରମାନଙ୍କୁ ବାଜି ମାରିଛନ୍ତି ।

'ଧୁମ୍ -4' ର ନିର୍ମାତାମାନେ ମନସ୍ଥ କରିଛନ୍ତି ଯେ, ସେମାନେ ପ୍ରଥମ ଥର ପାଇଁ ଜଣେ ଫିମେଲଙ୍କୁ ଭିଲେନ୍ ଭାବରେ କାଷ୍ଟ କରିବାକୁ ଯାଉଛନ୍ତି । ଏହି ମେଗା ବଜେଟ୍ ଚଳଚ୍ଚିତ୍ରରେ ବଲିଉଡ ବିୟୁଟି ଦୀପିକାଙ୍କୁ ନେବା ପାଇଁ ପ୍ରସ୍ତୁତି ଚାଲିଛି ।

କୁହାଯାଉଛି ଯେ, ଦୀପିକା 'ଧୁମ୍ 4'ରେ ଜଣେ ଷ୍ଟାଇଲିସ୍ ଚୋରଣୀ ଭାବରେ ନଜର ଆସିବେ । ଯଦି ଏହି ଖବର ସତ ବୋଲି ପ୍ରମାଣିତ ହୁଏ ତେବେ ଏହା ଅଭିନେତ୍ରୀଙ୍କ କ୍ୟାରିୟରର ଗେମ ଚେଞ୍ଜିଙ୍ଗ ମୁହୂର୍ତ୍ତ ହୋଇପାରେ ।

ପ୍ରକାଶ ଥାଉ ଯେ, ପିଲ୍ମ 'ଧୁମ୍ -1' 2004 ରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଅଭିନେତା ଜନ୍ ଅବ୍ରହାମ ଭିଲେନ୍ ଭୂମିକାରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ଧମାଲ କରିଥିଲା । ତା’ପରେ ଦୁଇ ବର୍ଷ ଅପେକ୍ଷା କରିବା ପରେ ନିର୍ମାତା ଫିଲ୍ମ ଧୁମ୍ -2 ଆଣିଥିଲେ । ଏହି ଚଳଚ୍ଚିତ୍ରରେ ବଲିଉଡର ଗ୍ରୀକ୍ ଗଡ୍ ହ୍ରିତିକ୍ ରୋଶନ୍ ଏବଂ ଐଶ୍ବର୍ଯ୍ୟା ରାୟଙ୍କୁ ନେଗେଟିଭ ଭୂମିକାରେ ଦର୍ଶାଯାଇଥିଲା ।

ଏହା ପରେ ବହୁତ ସମୟର ଅପେକ୍ଷା ପରେ ନିର୍ମାତା ଫିଲ୍ମ ଧୁମ୍ -3 ରିଲିଜ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ଆମୀର ଖାନଙ୍କ ଚମତ୍କାର ଅଭିନୟ ବକ୍ସ ଅଫିସରେ ସୁପରହିଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.