ମୁମ୍ବାଇ: ବି-ଟାଉନର ଏନର୍ଜିଟି କପଲ ଦୀପିକା ପାଦୁକୋନ ଓ ରଣବୀର ସିଂ ଏକାଠି କାମ କରି ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇସାରିଛନ୍ତି । ଆଉ ଖୁବଶୀଘ୍ର ପୁଣି ଏହି ଯୋଡି ସିଲଭର ସ୍କ୍ରିନରେ ନଜର ଆସିବାକୁ ଯାଉଛନ୍ତି । ନିର୍ଦ୍ଦେଶକ କବୀର ଖାନଙ୍କ ଆଗାମୀ ଫିଲ୍ମ '83'ରେ ଏକାଠି ନଜର ଆସିବେ ଦୀପ୍-ଭୀର । ଏହି ଫିଲ୍ମରେ ରଣବୀର ଲିଜେଣ୍ଡ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଦେଖାଯିବେ । ସେହିଠାରେ ଦୀପିକା କପିଲଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ନଜର ଆସିବେ ।
ଇତିମଧ୍ୟରେ ସେ ଫିଲ୍ମରେ ନିଜ ରୋଲକୁ ନେଇ ଖୁଲାସା କରିଛନ୍ତି । ଫିଲ୍ମରେ ରୋମିଙ୍କ ଭୂମିକାରେ ଅଭିନୟ କରିବାକୁ ସେ ଖୁବ୍ ଉପଭୋଗ କରୁଛନ୍ତି ଏବଂ ରୋମିଙ୍କ ଭାବନାତ୍ମକ କାହାଣୀରୁ ସେ ବହୁତ କିଛି ଶିଖିପାରିଛନ୍ତି । ଭାରତ ପ୍ରଥମଥର ବିଶ୍ବକପ ଜିତି ଇତିହାସ ରଚିବା କାହାଣୀ ସହ ଫିଲ୍ମରେ ଦେଖିବାକୁ ମିଳିବ ରୋମିଙ୍କ ଇମୋଶନାଲ ଭରା କାହାଣୀ। ଖାଲି ଏତିକି ନୁହେଁ ଫିଲ୍ମରେ କ୍ରିକେଟ ସହ କପିଲ ଓ ରୋମିଙ୍କ ରୋମାଣ୍ଟି କାହାଣୀ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ କହିଛନ୍ତି ଦୀପିକା ।
ପ୍ରକାଶ ଥଉକି '83' ଫିଲ୍ମଟି 1983ରେ ଭାରତ ଜିତିଥିବା ପ୍ରଥମ ବିଶ୍ବକପ ଉପରେ ଆଧାରିତ । ଯେବେ କପିଲ ଦେବ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ଥିଲେ । ଫିଲ୍ମକୁ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି ଦର୍ଶକ । ଯାହାର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି ।