ମୁମ୍ବାଇ: ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ନ୍ୟୁୟର୍କର ଏକ ଚାରିଟୀ ଇଭେଣ୍ଟରେ ନଜର ଆସିଛନ୍ତି । ସେଠାରେ ସେ ସୁପର ମଡେଲ ଏବଂ ରିଆଲିଟି ଟିଭି ଷ୍ଟାର କେଣ୍ଡଲ ଜୋନରଙ୍କ ସହ ସାକ୍ଷାତ କରିଥିଲେ । ଦୁଇଜଣଙ୍କ ସାକ୍ଷାତକାରର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ମାନସିକ ସ୍ବାସ୍ଥ୍ୟ ସଚେତନ ପାଇଁ ସକ୍ରିୟ ରହୁଥିବା ଦୀପିକା ନ୍ୟୁୟର୍କ ପ୍ରେସବାଇଟେରିୟନ ମେଡିକାଲ ଦ୍ବାରା ଆୟୋଜିତ youth Anxiety Center ଡିନର ପାର୍ଟିରେ ସାମିଲ ହୋଇଥିଲେ ।
- " class="align-text-top noRightClick twitterSection" data="
">
ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ ଗୋବ୍ରିଏଲ ଜର୍ଜିୟୁ ଏହି ଦୁଇଷ୍ଟାରଙ୍କ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ବ୍ଲାକ ଡ୍ରେସରେ ଦୀପିକା ନଜର ଆସୁଥିବା ବେଳେ କେଣ୍ଡଲ ଅରେଞ୍ଜ କଲର ବଡିକୋନ ଡ୍ରେସରେ ଦେଖାଯାଉଛନ୍ତି ।
- " class="align-text-top noRightClick twitterSection" data="
">
ଅନ୍ୟପଟେ ଦୀପିକା ପାଦୁକୋନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ନିଜର ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରିଛନ୍ତି । ଫଟୋର କ୍ୟାପସନରେ ସେ ଲେଖିଛନ୍ତି, "ମାନସିକ ରୋଗ ସମାଜ ସାମ୍ନାରେ ମୋତେ ଭିନ୍ନ ପରିଚୟ ଦେଇଛି । କିନ୍ତୁ ରୋଗ ସହ ମୋର ଅନୁଭବ ମତେ ବହୁତ କିଛି ଶିଖାଇଛି । ଯାହା ମଧ୍ୟରୁ ଗୋଟିଏ ହେଲା ଧୈର୍ଯ୍ୟ । ସବୁଠାରୁ ମହତ୍ବପୂର୍ଣ୍ଣ କଥା ମୁଁ ଯାହା ଶିଖିଛି ତାହା ହେଲା ଆଶା । "
- " class="align-text-top noRightClick twitterSection" data="
">
ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ସ୍ବାମୀ ଅର୍ଥାତ୍ ଅଭିନେତା ରଣବୀର ସିଂଙ୍କ ଆଗାମୀ ଫିଲ୍ମ 83ରେ ନଜର ଆସିବେ । ଫିଲ୍ମରେ ସେ ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ । ଅନ୍ୟପଟେ 83ରେ ରଣବୀର କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଚରିତ୍ରରେ ଦେଖାଯିବେ । ଫିଲ୍ମଟି 1983 ବିଶ୍ବ କପ ଉପରେ ଆଧାରିତ । ଯେଉଁଥିରେ ପ୍ରଥମଥର ଭାରତୀୟ କ୍ରିକେଟ ଟିମ ଐତିହାସିକ ବିଜୟ ହାସିଲ କରିଥିଲା ।