ETV Bharat / sitara

ମା'ଙ୍କ ଠୁ ଅଭିନୟ ଶିଖିଛନ୍ତି ଦୀପିକା, ଦେଖନ୍ତୁ ଭିଡିଓ

ମା'ଙ୍କ ଫନ୍ନି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ଦୀପିକା ମଦର୍ସ ଡେ’ର ଶୁଭେଚ୍ଛା ଜଣାଇଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

author img

By

Published : May 13, 2019, 5:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ବଲିଉଡରେ ଟ୍ୟାଲେଣ୍ଟେଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ତାଙ୍କର ଯାଦୁ ବଲିଉଡ ସହ ହଲିଉଡରେ ମଧ୍ୟ ଚାଲିଥାଏ । ଗତ ସପ୍ତାହରେ ମେଟ ଗାଲା ଇଭେଣ୍ଟକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଏବେ ମଧ୍ୟ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି ।

କଥାଟି ହେଲା କି ସେ ମଦର୍ସ ଡେ’ ଅବସରରେ ନିଜ ମା' ଉଜ୍ବଲା ପାଦୁକୋନଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ତାଙ୍କ ମା' ପରିବାର ଜଣେ ସଦସ୍ୟଙ୍କ ଅଭିନୟ କରୁଥିବାର ଦେଖାଯାଇଛନ୍ତି ।

ଏହାକୁ ସେୟାର କରି ଦୀପିକା ଲେଖିଛନ୍ତି, "ଏଠାରେ ଆପଣ ଦେଖିପାରିବେ କି ମତେ ଅଭିନୟର ଗୁଣ କେଉଁଠାରୁ ମିଳଛି । ମତେ ଅଭିନୟର ଗୁଣ ମୋ ବନ୍ଧୁ, ଗାଇଡ, ଆଙ୍କର ଏବଂ ରୋଲ ମଡେଲ ଠାରୁ ହିଁ ମିଳିଛି । ହାପ୍ପି ମଦର୍ସ ଡେ ମା' ।" ଅନ୍ୟପଟେ ଦୀପିକା ଏହି ପୋଷ୍ଟରେ ନିଜ ଶାଶୂମା'ଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.