ETV Bharat / sitara

୩ୟ ବିବାହ ବାର୍ଷିକୀରେ କ୍ବାଲିଟି ଟାଇମ ବିତାଇଲେ DeepVeer

author img

By

Published : Nov 14, 2021, 5:23 PM IST

ଦାମ୍ପତ୍ୟ ଜୀବନର ୩ୟ ବର୍ଷକୁ ପାଳନ କରୁଛନ୍ତି ବଲିଉଡ଼ର ବାଜିରାଓ ମସ୍ତାନୀ । ସ୍ପେଶାଲ ଡେ'ରେ ରୋମାଣ୍ଟିକ ଟ୍ରିପରେ ଯାଇ ବିତାଇଲେ କ୍ବାଲିଟି ଟାଇମ । ଅଧିକ ପଢନ୍ତୁ

୩ୟ ବିବାହ ବାର୍ଷିକୀରେ କ୍ବାଲିଟି ଟାଇମ ବିତାଇଲେ DeepVeer
୩ୟ ବିବାହ ବାର୍ଷିକୀରେ କ୍ବାଲିଟି ଟାଇମ ବିତାଇଲେ DeepVeer

ମୁମ୍ବାଇ: ବଲିଉଡ଼ର ରିଲ୍‌ ଲାଇଫର ବାଜିରାଓ ମସ୍ତାନୀ ତଥା ରିଅଲ ଲାଇଫର ଲୋକପ୍ରିୟ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନ ଆଜି ୩ୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ସ୍ପେଶାଲ ଡ଼େ'କୁ ଆହୁରି ସ୍ପେଶାଲ କରିବା ପାଇଁ ଏହି ଦମ୍ପତି ଏକାଠି କିଛି କ୍ବାଲିଟି ଟାଇମ ବିତାଇବା ପାଇଁ ମୁମ୍ବାଇର ଏକ ଅଜ୍ଞାତ ସ୍ଥାନକୁ ଯାଇଥିବା ସୂଚନା ମିଳିଛି ।

ଦୀପିକା ଓ ରଣବୀର ଏକ ରୋମାଣ୍ଟିକ ଟ୍ରିପରେ ଯାଇ ନିଜ ୩ ବର୍ଷର ବୈବାହିକ ଜୀବନକୁ ପାଳନ କରିଛନ୍ତି । ଉଭୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ ଜୀବନର ସ୍ପେଶାଲ ଡେ'କୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି ଦମ୍ପତି ଉଦ୍ୟମ କରିଛନ୍ତି । ଏଥିଲାଗି ରୋମାଣ୍ଟିକ ଟ୍ରିପରେ ଯାଇଥିବା ସୂଚନା ମିଳିଛି । ଦୀପିକା ନିଜର ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାବେଳେ ରଣବୀର ଟେଲିଭିଜନ କ୍ବିଜ ଶୋ'ରେ ମଧ୍ୟ ବ୍ୟସ୍ତ ରହୁଛନ୍ତି ।

ଏହି ଦମ୍ପତିଙ୍କ ଲଭଷ୍ଟୋରୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଉଭୟ ୨୦୧୨ରୁ ପରସ୍ପରକୁ ଡେଟ୍‌ କରିଥଇଲେ । ଉଭୟ ସଞ୍ଜୟଲୀଳା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଲିଓଁ କି ରାସଲୀଲା ରାମ-ଲୀଲା ଓ ବାଜିରାଓ ମସ୍ତାନୀରେ ଏକାଠି ନଜର ଆସିଥିଲେ । ଏହି ଫିଲ୍ମରେ ସୁଟିଂ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ସହିତ ପରସ୍ପରକୁ ଅଧିକ ଜାଣିବାକୁ ଲାଗିଥିଲେ ଦୀପବୀର ।

କିଛି ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୮ ମସିହା ନଭେମ୍ବର ୧୪ ତାରିଖରେ ଡେଷ୍ଟିନେସନ ୱେଡିଙ୍ଗ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦୀପବୀର । ସେ ଇଟାଲୀର Lake Comoରେ ଧୁମଧାମରେ ବିବାହ କରିଥିଲେ । ଏହାପରେ ମୁମ୍ବାଇ ଓ ବେଙ୍ଗାଲୁରୁରେ ଆଡମ୍ବରରେ ରିସେପ୍ସନ ପାର୍ଟିରେ ଆୟୋଜନ କରିଥିଲେ । ଏହି ଲୋକପ୍ରିୟ ଦମ୍ପତି ଆଗକୁ ଫିଲ୍ମ '83'ରେ ପୁଣି ଏକାଠି ନଜର ଆସିବାକୁ ଯାଉଛନ୍ତି । ଏଥିରେ ରଣବୀର ଆଇକନିକ କ୍ରିକେଟର କପିଲଦେବଙ୍କ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.