ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ବର୍ତ୍ତମାନ ସ୍ବାମୀ ରଣବୀର ସିଂଙ୍କ ସହ '83'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । '83' ଫିଲ୍ମଟି 1983ର ବିଶ୍ବକପ ଉପରେ ଆଧାରିତ । ଫିଲ୍ମରେ ଯେଉଁଠାରେ ରଣବୀର ଲେଜେଣ୍ଡ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ, ସେହିଠାରେ ଦୀପିକା ତାଙ୍କ ପତ୍ନୀ ତଥା କପିଲଙ୍କ ପତ୍ନୀ ଭୂମିକାରେ ଦେଖାଯିବେ । ଇତିମଧ୍ୟରେ ଦୀପିକାଙ୍କ ଫ୍ୟାନ୍ସ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।
ଯାହା ଶୁଣି ନିହାତି ଖୁସି ହୋଇଯିବେ ତାଙ୍କ ଫ୍ୟାନ୍ସ । କଥାଟି ହେଲା କି ଆଜିକାଲି ବଲିଉଡରେ ଅନେକ ବାୟୋପିକ ଫିଲ୍ମ ତିଆରି ହେବାରେ ଲାଗିଛି । ଆଉ ଏହି ତାଲିକାରେ ଏବେ ସାମିଲ ହୋଇଛି ଫେମସ ବ୍ୟାଡମିଣ୍ଟନ ଖେଳାଳି ପି.ଭି.ସିନ୍ଧୁଙ୍କ ବାୟୋପିକ । ଯେଉଁଥିରେ ନଜର ଆସିପାରନ୍ତି ଦୀପିକା ।
ଏହାର ଖୁଲାସା କରିଛନ୍ତି ଅଭିନେତା ସୋନୁ ସୁଦ । ସେ ଚାହୁଁଛନ୍ତି କି ବ୍ୟାଡମିଣ୍ଟନ ପ୍ଲେୟାର ପି.ଭି.ସିନ୍ଧୁଙ୍କ ଜୀବନ ଉପରେ ତିଆରି ହେବାକୁ ଯାଉଥିବା ଫିଲ୍ମରେ ଦୀପିକା ନଜର ଆସନ୍ତୁ । ଫିଲ୍ମରେ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି ଆଉ ଫିଲ୍ମ ପାଇଁ ଅଭିନେତ୍ରୀଙ୍କ ଖୋଜା ଚାଲିଛି । କିନ୍ତୁ ତାଙ୍କୁ ଲାଗୁଛି ଯେ ଏହି ରୋଲ ପାଇଁ ଦୀପିକାଙ୍କ ଠାରୁ କେହି ଭଲ ହେବ ନାହିଁ ।
ସେ ଆହୁରି କହିଥିଲେ କି ତାଙ୍କୁ ଜଣାନାହିଁ ପି.ଭିଙ୍କ ବାୟୋପିକରେ କିଏ ନଜର ଆସିବେ । କିନ୍ତୁ ସେ ପୂର୍ବରୁ ହିଁ ଏହା ଭାବି ଆସୁଛନ୍ତି କି ଦୀପିକା ଏହି ରୋଲ ପାଇଁ ପରଫେକ୍ଟ ବୋଲି । ଅନ୍ୟପଟେ ସୋନୁ ଏହି ବାୟୋପିକରେ ଗୋପିଚନ୍ଦଙ୍କ ଭୂମିକାରେ ନଜର ଆସିବେ । ଯାହା ପାଇଁ ସେ କଠିନ ପରିଶ୍ରମ କରିବାକୁ ମଧ୍ୟ ରାଜି ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା ସୋନୁଙ୍କ କଥା ସତ ହେଉଛି କି ନାହିଁ ।
ପ୍ରକାଶ ଥାଉକି ବର୍ତ୍ତମାନ ବ୍ୟାଡମିଣ୍ଟନ ପ୍ଲେୟାର ସାଇନା ନେହୱାଲଙ୍କ ବାୟୋପିକର ସୁଟିଂ ଚାଲିଛି । ଏହି ଫିଲ୍ମରେ ସାଇନାଙ୍କ ଭୂମିକାରେ ନଜର ଆସିବେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ।