ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ଶୁକ୍ରବାର ରିଲିଜ ହୋଇଯାଇଛି। ଫିଲ୍ମକୁ ନେଇ ଦର୍ଶକଙ୍କ ଖୁବ୍ କ୍ରେଜ ଦେଖିବାକୁ ମିଳୁଛି। ଅନେକ ବାଦବିବାଦ ପରେ ରିଲିଜ ହୋଇଥିବା ‘ଛପାକ’ ଦେଖିବାକୁ ସିନେମା ଘରେ ଦର୍ଶକଙ୍କ ଭିଡ ମଧ୍ୟ ଜମିଛି। ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଶାନଦାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ପୁଣି ମେକର୍ସଙ୍କୁ ମିଳିଛି ଝଟକା। ଯାହାକୁ ନେଇ ଚିନ୍ତିତ ପୁରା ଟିମ । ରିଲିଜ ହେବା ମାତ୍ରେ ଏଚଡି ପ୍ରିଣ୍ଟରେ ଅନଲାଇନ ଲିକ ହୋଇଛି ଫିଲ୍ମ ।
ରିପୋର୍ଟ ଅନୁଯାୟୀ ପୁଣିଥରେ କୁଖ୍ୟାତ ହ୍ୟାକର୍ସ ତାମିଲରକ୍ସ ଏହି ଫିଲ୍ମକୁ ଅନଲାଇନ ଲିକ କରାଇଦେଇଛି । ଯାହାଦ୍ବାରା ଫିଲ୍ମ ଆୟ ଉପରେ ପ୍ରଭାବ ପଡିବାର ଖୁବ୍ ସମ୍ଭାବନା ଦେଖାଯାଉଛି । ଏହି କଥାର ଆଶଙ୍କା ଗୁରୁବାର ରାତିରେ ଟ୍ରେଡ ଆନାଲିଷ୍ଟ ଟ୍ବିଟରରେ ସୂଚନା ଦେଇ କହିଥିଲେ ଯେ ଦୀପିକାଙ୍କ ଫିଲ୍ମ ‘ଛପାକ’ ଅନଲାଇଲ ଲିକ ହୋଇପାରେ। ଯାହା ଏବେ ସତ ହୋଇଛି ।
ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ ମଧ୍ୟ ତାମିଲରକ୍ସ ନାମକ ୱେବସାଇଟରେ ଅନଲାଇନ ଲିକ ହୋଇଥିଲା । ଯାହାପରଠୁ ବଲିଉଡ ଫିଲ୍ମ ‘ଛପାକ’ ଉପରେ ଏହି ସଙ୍କଟ ଛାଇ ରହିଥିଲା । ଏହା ପ୍ରଥମଥର ହୋଇନାହିଁ ଯେ ତାମିଲରକ୍ସରେ କୌଣସି ଫିଲ୍ମ ଲିକ ହୋଇଛି । ଏହାପୂର୍ବରୁ ଫେମସ ଫିଲ୍ମ ‘ହାଉସଫୁଲ 4’, ‘ମେଡ ଇନ ଚାଇନା’, ‘ଷାଣ୍ଢ କି ଆଖଁ’, ‘ବାଲା’ ଓ ସାଉଥ ଫିଲ୍ମ ‘ବିଗିଲ’ ମଧ୍ୟ ତାମିଲ ରକର୍ସରେ ଲିକ ହୋଇଥିଲା ।