ETV Bharat / sitara

ଅସୁସ୍ଥ ପଦ୍ମବାତୀ, ଭାଇରାଲ ଫଟୋ

author img

By

Published : Nov 11, 2019, 7:24 PM IST

ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୀପିକା ପାଦୁକୋନଙ୍କ ଅସୁସ୍ଥ ଫଟୋ । ଇନଷ୍ଟାଷ୍ଟୋରିରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ବନ୍ଧୁଙ୍କ ବିବାହ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ । ନିଜ ବନ୍ଧୁଙ୍କ ବିବାହରେ ମନ ଖୋଲି ମସ୍ତିକରିବା, ଧୁମ ମଚାଇବା ଏବଂ ନାଚ, ଗୀତରେ ମଜି ଯାଆନ୍ତି ସମସ୍ତେ । ନିକଟରେ ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏହି ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କ ସହ ନିଜ ଫ୍ରେଣ୍ଡ ଉର୍ବଶୀ କେଶୱାନୀଙ୍କ ବିବାହରେ ଯୋଗ ଦେଇ ଧୁମ ମଚାଇଥିଲେ । କିନ୍ତୁ ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ବର୍ତ୍ତମାନ ଦୀପିକା ଅସୁସ୍ଥ ଖବର ଜୋର ଧରିଛି ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ଏହି କଥାର ସୂଚନା ସେ ନିଜ ଇନଷ୍ଟାଷ୍ଟୋରିରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ନିଜ ବେଷ୍ଟ ଫ୍ରେଣ୍ଡଙ୍କ ବିବାହରେ ଅଧିକ ମସ୍ତି କରିବାର ଫଳ’ । ଫଟୋରେ ଦୀପିକା ଅସୁସ୍ଥ ନଜର ଆସୁଛନ୍ତି । ଏହାସହ ସେ ପାଟି ପାଖରେ ଥର୍ମୋମିଟର ଲଗାଇଥିବାର ଇମୋଜି ମଧ୍ୟ ଦେଇଛନ୍ତି ।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଦୀପିକା ଓ ରଣବୀରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଦୁଇଜଣ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସିଥିଲେ । ଏହାସହ ରଣବୀର ନିଜ ହିଟ୍ ଫିଲ୍ମ ‘ଗଲି ବୟ’ର ରାପ ମଧ୍ୟ ବିବାହ ସେଲିବ୍ରେଶନରେ ଗାଇଥିଲେ । ଆଉ କିଛି ଦିନ ପରେ ଏହି ଯୋଡି ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି । ଗତ ବର୍ଷ ନଭେମ୍ବର 14 ଓ 15ରେ ଇଟାଲୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ରଣବୀର ଓ ଦୀପିକା।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.