ETV Bharat / sitara

ପୁଣି ବିବାଦରେ ଦୀପିକା, କ୍ଷମା ଦାବି କଲେ କଙ୍ଗନା

author img

By

Published : Jan 21, 2020, 4:54 PM IST

‘ଛପାକ’ ଲୁକ ଚ୍ୟାଲେଞ୍ଜ ଦୀପିକା ପାଦୁକୋନଙ୍କୁ ପଡିଲା ଭାରି । ଏସିଡ ପୀଡିତାଙ୍କୁ କ୍ଷମା ମାଗିବାକୁ ଦାବି କଲେ ଅଭିନେତ୍ରୀ କଙ୍ଗନା ରଣାୱତ ।

deepika padukone
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ହେବ ଦୀପିକା ପାଦୁକୋନ ନିଜ ଚର୍ଚ୍ଚିତ ଫିଲ୍ମ ‘ଛପାକ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜର କିଛି ଦିନ ପୂର୍ବରୁ ଜେଏନୟୁର ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ସେ ସମାଲୋଚନାର ଶିକାର ହୋଇଥିଲେ । ଯାହା ପରେ କିଛି ଲୋକ ତାଙ୍କ ଫିଲ୍ମର ଜବରଦସ୍ତ ବିରୋଧ କରିବା ସହ ସୋସିଆଲ ମିଡିଆରେ ‘ବଏକଟ ଛପାକ’ ଟ୍ରେଣ୍ଡ କରାଇଥିଲେ । ଏବେ ପୁଣି ସେ ‘ଛପାକ’କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।

ଏହି ବିବାଦ ଦୀପିକାଙ୍କ ଏକ ଟିକ୍ଟକ୍‌ ଭିଡିଓରୁ ଆରମ୍ଭ ହୋଇଛି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ନିଜ ‘ଛପାକ’ ଲୁକ ଚ୍ୟାଲେଞ୍ଜ ଦେଉଥିବାର ନଜର ଆସୁଛନ୍ତି । ଏହାକୁ ଆଧାର କରି ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ବୟାନ ସାମ୍ନାକୁ ଆସିଛି । ସେ ବର୍ତ୍ତମାନ ଦୀପିକାଙ୍କ ଠୁ କ୍ଷମା ଦାବି କରିବା ସହ ତାଙ୍କର ଖୁବ୍ ସମାଲୋଚନା ମଧ୍ୟ କରିଛନ୍ତି ।

‘ଛପାକ’ର ଏହି ପ୍ରମୋଶନାଲ ଭିଡିଓକୁ ଏବେ ସୋସିଆଲ ମିଡିଆରେ ଅପମାନଜନକ କୁହାଯାଉଛି। ଏକ ସାକ୍ଷାତକାରରେ କଙ୍ଗନା, ଦୀପିକାଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି କହିଥିଲେ । ସେ କହିଥିଲେ ଯେ ତାଙ୍କ ଭଉଣୀ ରଙ୍ଗୋଲୀ ଜଣେ ଏସିଡ ପୀଡିତା । ଦୀପିକାଙ୍କ ଏହି ଭିଡିଓ ଦେଖି ତାଙ୍କୁ ବହୁତ ଦୁଃଖ ଅନୁଭବ ହୋଇଛି । କେବେ କେବେ ମାର୍କେଟିଂ ଟିମ ପ୍ରମୋଶନ ପାଇଁ ଯେକୌଣସି ସୀମା ପାର କରିଯାଉଛନ୍ତି । ହେଲେ ତାଙ୍କର ବିଶ୍ବାସ ଅଛି ଦୀପିକା ଏହି ମାମଲା ଉପରେ ସଫେଇ ନିହାତି ଦେବେ ।

ଭିଡିଓ ସୌଜନ୍ୟ: ଟ୍ବିଟର@ଦୀପିକା ପାଦୁକୋନ ଫ୍ୟାନକ୍ଲବ

ଯେଉଁ ଏସିଡ ପୀଡିତାଙ୍କୁ ତାଙ୍କ ଭଉଣୀ ଭଳି କଷ୍ଟ ଅନୁଭବ ହୋଇଛି ତାଙ୍କୁ ଦୀପିକା କ୍ଷମା ମାଗିବା କଥା । ଏହା କୌଣସି ମେକଅପ ଲୁକ ନୁହେଁ ଆଉ କେହି ମଧ୍ୟ ଏକାକୁ ମେକଅପ ଭାବି କରିବା କଥା ନୁହେଁ । ଏହା ବହୁତ ସମ୍ବେଦନଶୀଳ ଆଉ ଏପରି ଭୁଲ ପାଇଁ କ୍ଷମା ମାଗିବା କଥା । କ୍ଷମା ମାଗିବାରେ କୌଣସି ଖରାପ ନାହିଁ । ଭୁଲ ସମସ୍ତଙ୍କ ଦ୍ବାରା ହୋଇଥାଏ ବୋଲି କଙ୍ଗନା କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.