ETV Bharat / sitara

ଫିଲ୍ମ ଛାଡି ଭାଜପା ପାଇଁ ଭୋଟ ମାଗିଲେ ଦୀପଭିର!

ବିଜେପି ପ୍ରଚାରରେ ବ୍ୟସ୍ତ ଅଛନ୍ତି ଦୀପଭିର ବୋଲି ଖୁବ୍ ଶୁଣିବାକୁ ମିଳୁଛି । ଶୁକ୍ରବାର ସୋସିଆଲ ମିଡିଆରେ ଦୁଇଜଣଙ୍କ ଗୋଟିଏ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଜେପିକୁ ଭୋଟ କରିବାକୁ ଅପିଲ କରୁଥିବାର ଦେଖିବାକୁ ମିଳିଛି ।

author img

By

Published : Apr 13, 2019, 10:13 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଏହି ସମୟରେ ପୁରା ଦେଶରେ ନିର୍ବାଚନ ବାତାବରଣ ଦେଖିବାକୁ ମିଳୁଛି । ଏମିତିରେ ବଲିଉଡ ମଧ୍ୟ ନିର୍ବାଚନ ରଙ୍ଗରେ ରଙ୍ଗେଇ ହୋଇସାରିଛନ୍ତି । ବଲିଉଡରୁ ଅନେକ ଷ୍ଟାର୍ସ ବିଜେପିକୁ ସପୋର୍ଟ କରୁଛନ୍ତି । ଇତିମଧ୍ୟରେ ବି-ଟାଉନର ଦୁଇ ଟପ ଷ୍ଟାର୍ସଙ୍କ ଆଶ୍ଚର୍ଯ୍ୟଜନକ ଫଟୋ ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟ କରିବା କଥା ଏଥିପାଇଁ କାରଣ ଏହି ଦୁଇଜଣଙ୍କୁ କେବେ ମଧ୍ୟ ରାଜନୀତିକ ପ୍ରସଙ୍ଗରେ ନା କହିବାର ଦେଖାଯାଇଛି ନା କେବେ ଦୁଇଜଣ କୌଣସି ମଧ୍ୟ ପାର୍ଟିର ସପୋର୍ଟରେ ସାମ୍ନାକୁ ଆସିଛନ୍ତି ।

ଏହି ଯୋଡି ହେଲେ ବି-ଟାଉନର ସବୁଠାରୁ ଫେମସ କପୁଲ ରଣଭୀର ସିଂହ ଓ ଦୀପିକା ପାଦୁକୋନ । ଶୁକ୍ରବାର ଦୁଇଜଣଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ଜଣାପଡୁଛି ଯେ ସେ ବିଜେପି ସପୋର୍ଟ କରୁଥିବାର ଦେଖାଯାଇଛନ୍ତି । କିନ୍ତୁ ଏହା ପଛରେ ବାସ୍ତବତା ଆଉ କିଛି ।

କଥାଟି ହେଲା କି ଶୁକ୍ରବାର ବିଳମ୍ବ ରାତିରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦୀପିକା ଓ ରଣବୀର ଭଗବାନଙ୍କ ଅଙ୍ଗୌଛା ପିନ୍ଧିଥିବା ସହ ତା ଉପରେ ଲେଖା ହୋଇଛି 'ଭୋଟ ଫର ବିଜେପି' । ଯେମିତି ହିଁ ଏହି ଫଟୋ ସାମ୍ନାକୁ ଆସିଥିଲା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି ଯେ କଣ ପ୍ରକୃତରେ ଦୀପଭିର ବିଜେପି ପାର୍ଟିରେ ସାମିଲ ହୋଇଯାଇଛନ୍ତି ।

ଏଯାବତ ଏହି ବିଷୟରେ ଦୀପଭିର ମଧ୍ୟ ମୌନ ବ୍ରତରେ ଅଛନ୍ତି । ଅନ୍ୟପଟେ କିଛି ସମୟ ମଧ୍ୟରେ ଏହି ଫଟୋର ବାସ୍ତବତା ସାମ୍ନାକୁ ଆସିଯାଇଛି । ଏହି ଫଟୋଟି ପୁରାପୁରି ରୂପେ ଫେକ ସାବ୍ୟସ୍ତ ହୋଇଛି ।

ଏହି ଫଟୋ ସେହି ସମୟର ଯେବେ ରଣବୀର ଓ ଦୀପିକା ବିବାହ ପରେ ପ୍ରଥମଥର ମିଡିଆ ସାମ୍ନାକୁ ଆସିଥିଲେ । ଦୁଇଜଣ ଧଳାରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ଦୁଇଜଣ ବିବାହ ପରେ ସିଦ୍ଧିବିନାୟକ ମନ୍ଦିରକୁ ମଧ୍ୟ ଯାଇଥିବାବେଳେ ମିଡିଆକୁ ସାକ୍ଷାତକାର ଦେଇଥିଲେ । ନିର୍ବାଚନ ସମୟରେ ଦୁଇଜଣଙ୍କ ଫଟୋକୁ ଫଟୋସପ କରି ବିଜେପିର ପ୍ରଚାର କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.