ETV Bharat / sitara

ବିବାହକୁ ପୂରିଲା ବର୍ଷେ, ତିରୁପତିଙ୍କ ଦର୍ଶନରେ ଦୀପବୀର - ତିରୁପତିରେ ରଣବୀର ସିଂ, ଦୀପିକା ପାଦୁକୋନ

ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ହ୍ୟାଣ୍ଡସମ ଅଭିନେତା ରଣବୀର ସିଂଙ୍କ ଆଜି ପ୍ରଥମ ବିବାହ ବାର୍ଷିକ । ତିରୁପତିଙ୍କ ଦର୍ଶନ କଲେ ଦମ୍ପତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 14, 2019, 12:57 PM IST

ମୁମ୍ବାଇ: ଆଜି ଭଳି ଦିନରେ ବଲିଉଡର ବେଷ୍ଟ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ସାତ ଜନ୍ମର ସାଥୀ ସାଜିଥିଲେ । ଆଜି ଦୁଇଜଣଙ୍କ ପ୍ରଥମ ବିବାହ ବାର୍ଷିକୀ । ଏହି ଖାସ୍ ଦିନକୁ ସେଲିବ୍ରେଟ କରିବା ପାଇଁ ଦୀପବିର ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ମନ୍ଦିରରେ ପହଞ୍ଚି ଭେଙ୍କଟେଶ୍ବରଙ୍କ ଆଶୀର୍ବାଦ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଦୁଇଜଣ ସହ-ପରିବାର ସହ ତିରୁପତି ମନ୍ଦିରରେ ନଜର ଆସିଛନ୍ତି । ବର୍ତ୍ତମାନ ମନ୍ଦିର ପରିସରରୁ ଦୀପିକା ଓ ରଣବୀରଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଜଣ ପୁଣି ନବବିବାହିତା ଯୋଡି ଲୁକରେ ନଜର ଆସିଛନ୍ତି ।

ଦୀପିକା ଲାଲି ରଙ୍ଗର ହେଭି ଟ୍ରାଡିଶନାଲ ଶାଢୀ ପିନ୍ଧିବା ସହ ମଥାରେ ସିନ୍ଦୂର ଏବଂ ଅଳଙ୍କାରରେ ନିଜକୁ ସଜାଇଛନ୍ତି । ଅନ୍ୟପଟେ ରଣବୀର ଅଫ ହ୍ବାଇଟ କୁର୍ତ୍ତା ସହ ଗୋଲ୍ଡେନ ଜ୍ୟାକେଟ ପିନ୍ଧିଥିବାର ଦେଖାଯାଉଛନ୍ତି । ଏହାସହ ରଣବୀର ପତ୍ନୀଙ୍କ ସହ ମ୍ୟାଚ କରି ରେଡ କଲରର ଗୋଲ୍ଡେନ ବର୍ଡର ସାଲ କାନ୍ଧରେ ପକାଇଛନ୍ତି ।

ପ୍ରକାଶ ଥାଉକି ଗତ ବର୍ଷ ନଭେମ୍ବର 14,15ରେ ଦୁଇଜଣ ଇଟାଲୀରେ ଦୁଇଟି ବିଧି-ବିଧାନରେ ବିବାହ କରିଥିଲେ । ପାଖାପାଖି ପରସ୍ପରକୁ 7 ବର୍ଷ ଡେଟ କରିବା ପରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସଞ୍ଜୀୟ ଲୀଲା ଭଂସାଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ଗଲିୟୋଂ କି ରାସଲୀଲା: ରାମଲୀଲା’ ଫିଲ୍ମ ସେଟରୁ ଦୁଇଜଣଙ୍କ ବନ୍ଧୁତା ବଢିଥିଲା

ବିବାହ ପରେ ପ୍ରଥମଥର ଏହି ଯୋଡି କବୀର ଖାନଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ଯାହାର ସୁଟିଂ ନିକଟରେ ଶେଷ ମଧ୍ୟ କରିଥିଲେ ଏହି ଯୋଡି । କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଏହା ବାୟୋପିକ ଫିଲ୍ମ । ରଣବୀର ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିବାର ବେଳେ ତାଙ୍କ ପତ୍ନୀ ରୋମୀ ଦେବଙ୍କ ଭୂମିକାରେ ନଜର ଆସିବେ ଦୀପିକା । 1983ରେ ଭାରତ କ୍ରିକେଟ ଟିମଙ୍କ ପ୍ରଥମଥର ବିଶ୍ବକପ ଜିତିବା କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ ।

Intro:Body:

deepika ranveer visit tirumala

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.