ହାଇଦ୍ରାବାଦ: ପ୍ରସିଦ୍ଧ କମେଡିଆନ ତଥା ଅଭିନେତା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କ 79 ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘଦିନରୁ ଅସୁସ୍ଥ ଥିବା ଦିନୟାର ଆଜି(6 ଜୁନ) ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଆଜି(6 ଜୁନ) ଦ୍ବିପହର ସାଢେ ତିନିଟାରେ ଅନ୍ତିମ ସଂସ୍କାର କରାଯିବ ।

ତେବେ ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ତେବେ ଦିନୟାର ନିଜ କମେଡି ଜରିଆରେ ସମସ୍ତଙ୍କୁ ଖୁସି ବାଣ୍ଟିପାରୁଥିଲେ । ଥିଏଟର ହେଉ କିମ୍ବା ସିନେମା ସବୁଠି ସେ ନିଜର ଜାଦୁ ଦେଖାଇଛନ୍ତି ବୋଲି ଟ୍ବିଟ କରି କହିଛନ୍ତି ମୋଦି ।