ନୂଆଦିଲ୍ଲୀ: ବଲିଉଡ ସିଂଘମ ଅୟଜ ଦେବଗନଙ୍କ ଆଜି 50ତମ ଜନ୍ମଦିନ। ନିଜ ଜନ୍ମ ଦିନକୁ ସେଲିବ୍ରେଟ କରିବାରେ ଖୁବ୍ ବ୍ୟସ୍ତ ଅଛନ୍ତି ସେ। ଏହି ଖାସ୍ ଦିନଟିକୁ ସେ ନିଜ ଫ୍ୟାନ୍ସଙ୍କ ସହ ସେଲିବ୍ରେଟ କରିବା ପାଇଁ ଏକ ନୂଆ ଉପାୟ ବାହାର କରିନେଇଛନ୍ତି । ଅଜୟ ବର୍ଥଡେରେ ନିଜର ଆଗାମୀ ଫିଲ୍ମ 'ଦେ ଦେ ପ୍ୟାର ଦେ'ର ଟ୍ରେଲର ରିଲିଜ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ । ଫିଲ୍ମ ଟ୍ରେଲର ଦେଖି ଲାଗୁଛି ଯେ ଦର୍ଶକ ଫିଲ୍ମର ଶାନଦାର କେମିଡିକୁ ଖୁବ୍ ଏନଜୟ କରିବେ ।
ଅଜୟଙ୍କ ବ୍ୟତୀତ ଫିଲ୍ମରେ ତବ୍ବୁ ଓ ରାକୁଲପ୍ରୀତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମ ଟ୍ରେଲରରେ ଦେଖିବାକୁ ମିଳିଛି ଜଣେ ଏମିତି ମଣିଷର କାହାଣୀ ଯିଏ ନିଜ ପତ୍ନୀ, ସନ୍ତାନଙ୍କ ଠାରୁ 18 ବର୍ଷ ପୂର୍ବରୁ ଅଲଗା ହୋଇସାରିଛନ୍ତି । ଏହାସହ ତାଙ୍କ ଜୀବନରେ ତାଙ୍କ ଠାରୁ ଦୁଇ ଗୁଣା ସାନ ଝିଅର ଏଣ୍ଟ୍ରି ହେଉଛି। ଯାହାପରେ ତାଙ୍କ ଲାଇଫରେ ସବୁ କିଛି ପରିବର୍ତ୍ତନ ହୋଇଯାଉଛି ।କାରଣ ଅଜୟଙ୍କ ଜୀବନରେ ଆସିଥିବା ଝିଅ ତାଙ୍କ ଦୁଇ ସନ୍ତାନ ବୟସର । ଯେତେବେଳେ ସେ ସେହି ଝିଅକୁ ନିଜ ପରିବାର ସହ ସାକ୍ଷାତ କରିବାକୁ ନେଉଛନ୍ତି,ତେବେ ସେହିଠାରେ ଏଭଳି ପରିସ୍ଥିତି ଉପୁଜୁଛି ଯାହାକୁ ଦେଖି ଦର୍ଶକ ନିହାତି ହସିବେ ।
ଦର୍ଶକ ବଡ ପରଦାରେ ଏକାଠି ଅଜୟ ଓ ତବ୍ବୁଙ୍କୁ ଦେଖିବା କୌଣସି ଟ୍ରୀଟ ଠାରୁ କମ ନୁହେଁ । କିନ୍ତୁ ଏହି କମେଡି ଫିଲ୍ମରେ ସବୁ କଳାକାର ପରଫେକ୍ଟ କମେଡି କରୁଥିବାର ଦେଖାଯାଇଛନ୍ତି । ଅନ୍ୟପଟେ ରାକୁଲ ମଧ୍ୟ ବଲିଉଡ କମେଡି ଫିଲ୍ମରେ ନିଜକୁ ଶାନଦାର ରୂପେ ସାମିଲ କରିନେଇଛନ୍ତି ।
ଫିଲ୍ମଟି ଗତ ବର୍ଷ ଆସିଥିବା ହିଟ୍ ଫିଲ୍ମ 'ସୋନୁ କେ ଟୀଟୁ କି ସ୍ବୀଟି' ନିର୍ଦ୍ଦେଶକ ଲଭ ରଞ୍ଜନ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି । ଅନ୍ୟପଟେ ଭୂଷଣ କୁମାର, କୃଷ୍ଣା କୁମାର ଏବଂ ଅନୁରାଗ ଗର୍ଗ ଏହି ଫିଲ୍ମର ସହ-ପ୍ରଯୋଜ । ଫିଲ୍ମର ନିର୍ଦ୍ଦେଶ ଆଦିଭ ଅଲ୍ଲୀ କରିଛନ୍ତି । ଆସନ୍ତା ମେ 17ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି।