ETV Bharat / sitara

Daughters' Day 2021: ଶମିଶାଙ୍କ ‘ବେଷ୍ଟଫ୍ରେଣ୍ଡ ଫରଏଭର’ ଶିଳ୍ପା

କନ୍ୟା ଦିବସରେ ନିଜ କୁନି ଝିଅ ଶମିଶା ଉଦ୍ଦେଶ୍ୟରେ ସ୍ନେହଭରା ପୋଷ୍ଟ ସେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅଧିକ ପଢନ୍ତୁ...

Daughters' Day 2021: ଶମିଶାଙ୍କୁ ବେଷ୍ଟ ଫ୍ରେଣ୍ଡ Forever କରିବେ ଶିଳ୍ପା

author img

By

Published : Sep 26, 2021, 7:17 PM IST

ମୁମ୍ବାଇ: କନ୍ୟା ଦିବସରେ ନିଜ ଝିଅ ଶମିଶାକୁ ପ୍ରତିଶ୍ରୁତି ଦେଇଛନ୍ତି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସବୁଦିନ ପାଇଁ ଝିଅର ବେଷ୍ଟଫ୍ରେଣ୍ଡ ହୋଇ ରହିବେ ବୋଲି ଏକ ସ୍ନେହଭରା ନୋଟ୍ସ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଝିଅ ସହିତ ଗଣେଶ ଚତୁର୍ଥୀ ପାଳୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ସେ ନିଜ ଫ୍ୟାନ୍ସଙ୍କୁ ହାପି ଡଟର୍ସ ଡେ' ୱିସ ମଧ୍ୟ କରିଛନ୍ତି । ଏଥିରେ ସେ ନିଜ କୁନି ଝିଅ ଉଦ୍ଦେଶ୍ୟରେ ସ୍ପେଶାଲ ନୋଟ୍ସ ସେୟାର କରିଛନ୍ତି । ତେବେ ସେ ମାଆ-ଝିଅର ସମ୍ପର୍କ ନେଇ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଆଗକୁ ପରସ୍ପରର ଉତ୍ତମ ବନ୍ଧୁ ହୋଇପାରିବେ ବୋଲି କହିଛନ୍ତି । ଶିଳ୍ପା ଓ ରାଜକୁନ୍ଦ୍ରାଙ୍କ ଝିଏ ଶମିଶା ସରୋଗେସୀ ଉପାୟରେ ଜନ୍ମ ନେଇଛି । ଗତବର୍ଷ ଫେବୃଆରୀ ୧୫ ତାରିଖରେ ଜନ୍ମ ନେଇଥିବା ବେଳେ ପୁଅ ଭିଆନ ୨୦୧୨ ମସିହାରେ ଜନ୍ମ ନେଇଥିଲେ ।

ଆଗକୁ ଶିଳ୍ପା ଇଣ୍ଡିଆ ଗଟ ଟ୍ୟାଲେଣ୍ଟରେ ଜଜ୍‌ ଭାବେ ନଜର ଆସିବାକୁ ଯାଉଛନ୍ତି । ଜଜ୍‌ ଭାବେ ଶିଳ୍ପା ଅନେକ ଶୋ'ରେ ଆଗରୁ ନଜର ଆସିଛନ୍ତି । ସେ ସୁପର ଡ୍ୟାନ୍ସର, ନଚ ବଲିୟେ, ଜରା ନଚକେ ଦିଖା ଭଳି ଶୋ'ରେ ଜଜ୍‌ ହୋଇଛନ୍ତି । ଦୀର୍ଘ ୧୩ ବର୍ଷ ପରେ ସେ 'ହଙ୍ଗାମା-୨' ଜରିଆରେ ପୁଣି ଫିଲ୍ମ ଜଗତକୁ କମବ୍ୟାକ କରିଥିଲେ । ତେବେ ଶିଳ୍ପାଙ୍କ ସ୍ବାମୀ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ସେ କିଛି ଦିନ ଲାଗି ସମସ୍ତଙ୍କଠୁ ଦୂରେଇ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.