ନୂଆଦିଲ୍ଲୀ: ବଲିଉଡରେ ଡେବ୍ୟୁ କରିବେ ଆରୁଷି ନିଶଙ୍କ । ତାରିଣୀ ଫିଲ୍ମ ଜରିଆରେ କରିବେ ଏଣ୍ଟ୍ରି । ନୌସେନା ଉପରେ ଆଧାରିତ ଏହି ଫିଲ୍ମରେ 6 ଜଣ ମହିଳା ଅଫିସରଙ୍କ ସାମୁଦ୍ରିକ ଯାତ୍ରା ଉପରେ ଆଧାରିତ । ରାଜନୀତି ପରିବାରରୁ ଆସିଥିବା ଆରୁଷି ଏବେ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । 8 ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ହିମେଶ୍ରୀ ଫିଲ୍ମ ଓ ଟି-ସିରିଜି ପକ୍ଷରୁ ତାରେଣୀ ଫିଲ୍ମର ଘୋଷଣା କରାଯାଇଛି।
-
अंतर्राष्ट्रीय महिला दिवस के अवसर पर सभी महिलाओं को हार्दिक शुभकामनायें |
— Dr. Ramesh Pokhriyal Nishank (@DrRPNishank) March 8, 2021 " class="align-text-top noRightClick twitterSection" data="
मैं सदैव समतामूलक समाज का आकांक्षी रहा हूं, जहां बेटा-बेटी के बीच कोई भेद ना हो। मेरी बेटियां मेरा गर्व एवं अभिमान हैं। मुझे खुशी है कि मेरी बेटियां भारतीय सेना, नृत्य-कला एवं कानूनविद्
(1/2)#NariShakti pic.twitter.com/LTPMrmfh5B
">अंतर्राष्ट्रीय महिला दिवस के अवसर पर सभी महिलाओं को हार्दिक शुभकामनायें |
— Dr. Ramesh Pokhriyal Nishank (@DrRPNishank) March 8, 2021
मैं सदैव समतामूलक समाज का आकांक्षी रहा हूं, जहां बेटा-बेटी के बीच कोई भेद ना हो। मेरी बेटियां मेरा गर्व एवं अभिमान हैं। मुझे खुशी है कि मेरी बेटियां भारतीय सेना, नृत्य-कला एवं कानूनविद्
(1/2)#NariShakti pic.twitter.com/LTPMrmfh5Bअंतर्राष्ट्रीय महिला दिवस के अवसर पर सभी महिलाओं को हार्दिक शुभकामनायें |
— Dr. Ramesh Pokhriyal Nishank (@DrRPNishank) March 8, 2021
मैं सदैव समतामूलक समाज का आकांक्षी रहा हूं, जहां बेटा-बेटी के बीच कोई भेद ना हो। मेरी बेटियां मेरा गर्व एवं अभिमान हैं। मुझे खुशी है कि मेरी बेटियां भारतीय सेना, नृत्य-कला एवं कानूनविद्
(1/2)#NariShakti pic.twitter.com/LTPMrmfh5B
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ବଡ ଝିଅ ଆରୁଷି ନିଶଙ୍କ । ରମେଶ ପୋଖରିଆଲ ପ୍ରଥମେ ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରହିବା ସହ ପରେ ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ଆରୁଷି ଜଣେ ସଶକ୍ତିକରଣ, ସାମାଜିକ କ୍ଷେତ୍ର ଓ ପର୍ଯ୍ୟାବରଣ ସଂରକ୍ଷଣରେ ସକ୍ରିୟ ରହିଆସିଛନ୍ତି । ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସହ ପରିବେଶବିତ ମଧ୍ୟ । ଡେରାଡୁନର ଆୟୁର୍ବେଦିକ ମେଡିକାଲ କଲେଜ ଓ ହସ୍ପିଟାଲର ଚେୟାରମ୍ୟାନ ରହିଥିଲେ ଆରୁଷି ।
କଥକ ନୃତ୍ୟରେ ସଫଳତା ପାଇଥିବା ଆରୁଷି ବିରୁଜ ମହାରାଜଙ୍କ ଶିଷ୍ୟ ରହିଥିଲେ । ସେ ଗଙ୍ଗା ଅବତରଣ ଭଳି ଡ୍ୟାନ୍ସର କୋରିଓଗ୍ରାଫ କରିଥିଲେ। 2017ରେ ଉତ୍ତରାଖଣ୍ଡର ଶାନ ଆୱାର୍ଡରେ ମଧ୍ୟରେ ଆରୁଷିଙ୍କୁ ସମ୍ମାନିତ କରାଯାଇଥିଲା । 2015 ଜାନୁଆରୀ 24ରେ ଆରୁଷି ବିବାହ କରିଥିଲେ। ଫିଲ୍ମରେ ଆସିବାକୁ ଆରୁଷିଙ୍କ ଛୋଟବେଳୁ ଏକ ସ୍ବପ୍ନ ରହିଥିଲା । ହିରୋଇନ ହେବା ପୂର୍ବରୁ ବାପା ପୋଖରିଆଲଙ୍କ ଜୀବନ ଉପରେ ଆଧାରିତ ଏକ ଆଞ୍ଚିଳକ ଫିଲ୍ମ ‘ମେଜର ନିରାଳା’ ପ୍ରଡ୍ୟୁସ କରିଥିଲେ ।
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ତିନି ଝିଅ ଥିବାବେଳେ ଜଣେ ସେନା ଅଧିକାରୀ ରହିଥିବାବେଳେ ଜଣେ ଆଇନଜୀବୀ ରହିଛନ୍ତି । ଆଉ ଆରୁଷ ଏବେ କଥକ ନୃତ୍ୟରୁ ବଲିଉଡକୁ ଡେବ୍ୟୁ କରିବାକୁ ଯାଉଛି । ନିକଟରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ପୋଖରିଆଲ ତିନି ଝିଅଙ୍କ ଫଟୋ ସେୟାର କରି ଜଣେ ଗର୍ବିତ ବାପା ବୋଲି କହିଥିଲେ ।