ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ 'ଜୟ ହୋ'ରେ କାମ କରିସାରିଥିବା କୋରିଓଗ୍ରାଫର ଏବଂ ଅଭିନେତ୍ରୀ ଡେଜି ଶାହ ଏବେ ନେସନାଲ ଲେଭଲ ଗେମ୍ସରେ ଭାଗ ନେବାକୁ ପ୍ଲାନିଂ କରିବାରେ ବ୍ୟସ୍ତ । ଡେଜି ଫିଲ୍ମ ପରେ ଏବେ ନେସନାଲ ପ୍ରତିଯୋଗିତାରେ ରାଇଫଲ ଚଲାଇଥିବାର ଦେଖାଯିବେ । ସେ ଦୁଇ ବର୍ଷ ପୂର୍ବେ ରାଇଫଲ ଟ୍ରେନିଂ ନେବା ଆରମ୍ଭ କରିଥିଲେ । ଏବର୍ଷ ମେରେ ନେସନାଲ ରାଇଫଲ ଆସୋସିଏସନ ପକ୍ଷରୁ ତାଙ୍କୁ ଲାଇସେନ୍ସ ମିଳିଥିଲା ।
ପ୍ରକାଶ ଥାଉକି ଡେଜି ଖୁବଶୀଘ୍ର ନେସନାଲ ଲେଭଲ ରାଇଫଲ ସୁଟିଂରେ ଭାଗ ନେଇପାରନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ କି ତାଙ୍କର କିଛି ବନ୍ଧୁ ରାଇଫଲ ଚଲାଇବା ଟ୍ରେନିଂ ନେଇଥିଲେ । ଆଉ ତାଙ୍କ ଠାରୁ ପ୍ରେରଣା ପାଇ ସେ ସୁଟିଂର ଅଭ୍ୟାସ କରିଥିଲେ । ତେଣୁ ସେ ଏବେ ଚାହୁଁଛନ୍ତି କି ଏହି ଅଭ୍ୟାସକୁ ଆଗକୁ ବଢାଇବା ପାଇଁ ।
ଅଭ୍ୟାସ ଠିକ ରୂପେ କରିବାକୁ ତାଙ୍କୁ ନେସନାଲରେ ପ୍ରବେଶ ମିଳିଥିଲା । କିନ୍ତୁ ସେ ଅନ୍ୟ ପ୍ରତିଯୋଗିତାଙ୍କ ସାମ୍ନାରେ ବିଜୟ ହାସିଲ କରିପାରିନଥିଲେ । ସେମାନଙ୍କ ସ୍କୋର୍ସ 600ରୁ 580 ଏବଂ 597 ଥିଲା । ଆଉ ସେ ମାତ୍ର 497 ସ୍କୋର୍ସ କରିବାରେ ସଫଳ ହୋଇଥିଲେ । ସବୁଠାରୁ ଖୁସି କଥା ହେଲା କି ଏବେ ତାଙ୍କ ପାଖରେ ନେସନାଲ ଖେଳିବାର ଲାଇସେନ୍ସ ମଧ୍ୟ ଅଛି ।
ବର୍ତ୍ତମାନ ସେ କୋଚ ଏବଂ ଅର୍ଜୁନ ଆୱାର୍ଡ ବିଜେତା ମୁରାଦ ଅଲ୍ଲୀ ଖାନଙ୍କ ଠାରୁ ପଇଣ୍ଟ 22 ରାଇଫଲ ସୁଟିଂ ପ୍ରତିଯୋଗିତା ଟ୍ରେନି ଆରମ୍ଭ କରିଛନ୍ତି । ଯାହାର ଅଗଷ୍ଟରେ ଆୟୋଜନ ହେବ । ସେ ସବୁଦିନ ମହାରାଷ୍ଟ୍ର ରାଇଫଲ ଆସୋସିଏସନରେ ପାଖାପାଖି ଦୁଇଘଣ୍ଟା ପ୍ରାକ୍ଟିସ ମଧ୍ୟ କରୁଛନ୍ତି । ଏହି ଖେଳ ପାଇଁ ଖୁବ୍ ପରିଶ୍ରମ ଆବଶ୍ୟ ଅଛି ବୋଲି କହିଥିଲେ ଡେଜି ।