ETV Bharat / sitara

କିଏ ହେବ ଭାଇଜାନଙ୍କ ଆଇଟମ ଗର୍ଲ?

'ଦବଙ୍ଗ-3' ଦର୍ଶକ ଦେଖିବେ ଏକ ସ୍ପେଶାଲ ଗୀତ । ଏହି ଗୀତ ପାଇଁ ବଲିଉଡର ଦୁଇ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ଏହି ଦୁଇଜଣ ହେଲେ ସନ୍ନି ଲିଓନୀ ଓ ମୌନୀ ରାୟ । କିନ୍ତୁ ଏଯାବତ ସଲମାନ ଖାନ ଆଇଟମ ଗର୍ଲକୁ ବାଛିପାରୁନାହାଁନ୍ତି ।

ଡିଜାଇନ ଫଟୋ
author img

By

Published : Apr 6, 2019, 10:24 PM IST

ମୁମ୍ବାଇ: 'ଦବଙ୍ଗ-3' ମେକର୍ସ କିଛି ଦିନ ପୂର୍ବରୁ ଭାଇଜାନଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇ କହିଥିଲେ କି ଫିଲ୍ମର ଟାଇଟଲ ଟ୍ରାକ 'ହୁଡ୍ ହୁଡ୍ ଦବଙ୍ଗ'ର ସୁଟିଂ ଶେଷ ହୋଇସାରିଛି । ନିର୍ମାତା ସୋସିଆଲ ମିଡିଆରେ ସଲମାନ ଖାନଙ୍କ ଏକ ଫଟୋ ପୋଷ୍ଟ କରି ଏହା କହିଥିଲେ କି ଚୁଲବୁଲ ପାଣ୍ଡେ ପୁଣିଥରେ ନିଜ ଅନ୍ଦାଜରେ ଫେରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି ।

ଅନ୍ୟପଟେ ଏବେ ଖବର ଶୁଣିବାକୁ ମିଳୁଛି ଯେ ଟାଇଟଲ ଟ୍ରାକ ପୁରା କରିବା ପରେ ମେକର୍ସ 'ଦବଙ୍ଗ-3'ର ସ୍ପେଶାଲ ଗୀତ ପାଇଁ ଏକ ଅଦାକାରଙ୍କୁ ଖୋଜୁଛନ୍ତି । ଯାହାଙ୍କ ସହ ଖୁବ୍ ଶୀଘ୍ର ସୁଟିଂ ଆରମ୍ଭ କରିବେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଛୋଟ ପରଦାର ନାଗିନ ଅର୍ଥାତ୍ ଅଭିନେତ୍ରୀ ମୌନୀ ରାୟ ଓ ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ମଧ୍ୟରେ ନିଷ୍ପତ୍ତି ନେଇପାରୁନାହାଁନ୍ତି ମେକର୍ସ କି ଫିଲ୍ମରେ କାହାକୁ ସାଇନ କରିବେ ।

ସେହିପରି ଅରବାଜ ଖାନ ଓ ନିର୍ଦ୍ଦେଶକ ପ୍ରଭୁଦେବାଙ୍କୁ ଲାଗୁଛି ଯେ 'ଦବଙ୍ଗ-3'ର ସ୍ପେଶାଲ ଗୀତରେ ସନ୍ନି ଏକଦମ ଫିଟ୍ ଆସିବେ । ସବୁଠାରୁ ବଡ କଥା ହେଲା କି ସଲମାନ, ମୌନୀଙ୍କୁ ଏହି ଗୀତ ପାଇଁ ନେବାକୁ ଚାହୁଁଛନ୍ତି । ସଲମାନ ଏଯାବତ ସନ୍ନିଙ୍କ ନାମରେ ମୋହର ଲଗାଇପାରୁନାହାଁନ୍ତି । ତାଙ୍କୁ ଅନୁଯାୟୀ ମୌନୀ ସ୍ପେଶାଲ ଗୀତ ପାଇଁ ପୁରା ଫିଟ୍ ରହିବେ । ମୌନୀଙ୍କ ନିକଟରେ କିଛି ଆଇଟମ ଗୀତ ଆସିଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । 'ଦବଙ୍ଗ-3'ର ଏହି ସ୍ପେଶାଲ ଗୀତରେ ସଲମାନ ନିଜେ ମଧ୍ୟ ନଜର ଆସିବେ ।

ପ୍ରକାଶ ଥାଉକି 'ଦବଙ୍ଗ' ସିରିଜର ପୂର୍ବ ଦୁଇ ଫିଲ୍ମରେ ମଲାଇକା ଅରୋରା ଓ କରୀନା କପୁର ଖାନ ସ୍ପେଶାଲ ଗୀତ କରିଥିଲେ । ଗୀତଟି ସେହି ସମୟରେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଥିଲା । ଫିଲ୍ମ ଆରମ୍ଭ ହେବା ପୂର୍ବରୁ କୁହାଯାଇଥିଲା 'ଦବଙ୍ଗ-3'ରେ ମଧ୍ୟ ମଲାଇକା ଓ କରୀନା ହିଁ ସ୍ପେଶାଲ ଗୀତରେ ନଜର ଆସିବେ । ଏବେ ଦେଖିବା ବାକି ରହିଲା କି ଭାଇଜାନ କାହାକୁ ପସନ୍ଦ କରୁଛନ୍ତି ।

Intro:Body:

GALLERY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.