ETV Bharat / sitara

ଆତ୍ମହତ୍ୟା କଲେ କ୍ରାଇମ ପେଟ୍ରୋଲ କୁଇନ ପ୍ରେକ୍ଷା, ଶୋକ ପ୍ରକାଶ କଲେ କରନ - କ୍ରାଇମ ପେଟ୍ରୋଲ ଅଭିନେତ୍ରୀ ପ୍ରେକଶା ମେହେତାଙ୍କ ଆତ୍ମହତ୍ୟା

କିଛି ମାସ ପୂର୍ବରୁ ଟିଭିର ଫେମସ ଅଭିନେତା କୁଶଲ ପଞ୍ଜାବୀ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏବେ ପୁଣି ଆଉ ଜଣେ ଟିଭି କଳାକାର ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 27, 2020, 4:02 PM IST

ମୁମ୍ବାଇ: ଛୋଟ ପରଦାର ପପୁଲାର ଶୋ କ୍ରାଇମ ପେଟ୍ରୋଲ ଅଭିନେତ୍ରୀ ପ୍ରେକ୍ଷା ମେହତା ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ଆତ୍ମହତ୍ୟା ପୂର୍ବରୁ ତାଙ୍କର ଶେଷ ଷ୍ଟାଟସରେ ଲେଖା ଯାଇଥିଲା, ‘ସବୁଠାରୁ ଖରାପ ହେଉଛି ସ୍ବପ୍ନର ମୃତ୍ୟୁ ହେବା’ । ଏବେ ତାଙ୍କ ମୃତ୍ୟୁରେ ଛୋଟ ପରଦାର ଫେମସ ଅଭିନେତା କରନ କୁନ୍ଦ୍ରା ଶୋକ ପ୍ରକାଶ କରିଛନ୍ତି।

ସେ ଟ୍ବିଟ କରି ଲେଖିଛନ୍ତି, ‘ସବୁଠାରୁ ଖରାପ ହେଉଛି ସ୍ବପ୍ନର ମୃତ୍ୟୁ ହେବା। ଅନ୍ୟ ଜଣେ ଟିଭି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ପ୍ରେକ୍ଷା ମେହତା ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ଲେଖିଥିଲେ। ଏହା ଅତ୍ୟନ୍ତ ଦୁଃଖଦାୟକ। ତୁମେ ବହୁତ ଛୋଟ ଥିଲ ତୁମ ସାମ୍ନାରେ ତୁମର ପୁରା ଜୀବନ ଥିଲା । ଆମମାନଙ୍କୁ ମାନସିକ ସ୍ବାସ୍ଥ୍ୟ ବିଷୟରେ କଥା ହେବା ଆବଶ୍ୟକ।’

ସେପଟେ ତାଙ୍କ ପିତାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଲକଡାଉନ ହେବା ପରେ ସେ ଘରକୁ ଆସିଯାଇଥିଲେ । ମୁମ୍ବାଇରେ ଏପରି କୋରୋନା ଭାଇରସ ବଢିବାରେ ଲାଗିଥିଲା । ଯାହାକୁ ନେଇ ପ୍ରେକଶାଙ୍କୁ ଲାଗିଥିଲା ଯେ ଏହା ହେତୁ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ ମିଳିବ ନାହିଁ। ତେଣୁ ସେ ଧିରେ ଧିରେ ଡିପ୍ରେଶନର ଶିକାର ହେବାର ଲାଗିଥିଲେ । ଏଥିନିମନ୍ତେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ।

ପ୍ରକାଶ ଥାଉକି ଅଭିନେତ୍ରୀ ସୋନି ଟିଭି ଓ କଲର୍ସ ଭଳି ବଡ ଚ୍ୟାନେଲର ଅନେକ ପ୍ରୋଗ୍ରାମରେ କାମ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.