ETV Bharat / sitara

ସୁଶାନ୍ତଙ୍କ ପାଇଁ ଅନୁତପ୍ତ ପାକ୍ କ୍ରିକେଟର ସୋଏବ, ଜାଣନ୍ତୁ କାହିଁକି ?

author img

By

Published : Jun 29, 2020, 6:53 PM IST

ଭାଇରାଲ ହେଲା ସୋଏବ ଅଖତରଙ୍କ ୟୁଟ୍ୟୁବ ଭିଡିଓ । ଯେଉଁଥିରେ ସେ ବଲିଉଡ ଆକ୍ଟର ସୁଶାନ୍ତଙ୍କୁ ନେଇ ଅନୁତାପ କରୁଥିବାର ନଜର ଆସୁଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ପାକିସ୍ତାନ ଫେମସ କ୍ରିକେଟର ସୋଏବ ଅଖତର ବର୍ତ୍ତମାନ ଚର୍ଚ୍ଚାରେ । ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ସୋଏବ ପ୍ରଥମଥର ସୁଶାନ୍ତଙ୍କୁ ସାକ୍ଷାତ କରିବାର ଅନୁଭୂତି ମଧ୍ୟ ସେୟାର କରିଛନ୍ତି । ଆଉ କହିଛନ୍ତି ଜୀବନକୁ ଶେଷ କରିନେବା କୌଣସି ବିକଳ୍ପ ନୁହେଁ ।

ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ସୋଏବ ନିକଟରେ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କହିଛନ୍ତି କିଛି ବର୍ଷ ପୂର୍ବେ(2016)ରେ ସେ ସୁଶାନ୍ତଙ୍କ ସହ ସାକ୍ଷାତ କରିଥିଲେ । ଆଉ ଯେଉଁ ସମୟରେ ତାଙ୍କୁ ଲାଗିଥିବା ଯେ ସୁଶାନ୍ତ ଆଦୌ କନଫିଡେଣ୍ଟ ନାହାନ୍ତି ।

  • " class="align-text-top noRightClick twitterSection" data="">

‘ମୁଁ 2016 ରେ ଭାରତ ଛାଡିବାକୁ ଯାଉଥିଲି, ଯେତେବେଳେ ମୁଁ ତାଙ୍କୁ ମୁମ୍ବାଇର ଅଲିଭରେ ଦେଖିଥିଲି । ସତ କହିବାକୁ ଗଲେ ମୁଁ ତାଙ୍କ ଉପରେ ଆତ୍ମବିଶ୍ବାସର ଅଭାବ ଅନୁଭବ କରିଥିଲି । ସେ ମୋ ପାଖରେ ମୁଣ୍ଡ ତଳକୁ କରି ଯାଉଥିଲେ । ଆଉ ସେଠାରେ ଥିବା ମୋ ବନ୍ଧୁ ମତେ କହିଥିଲେ କି ଯେ ସେ ଏମଏସ ଧୋନି ଫିଲ୍ମରେ କାମ କରୁଛନ୍ତି । ଏବେ ସେ ଅନୁଭବ କରୁଛନ୍ତି ସେହି ସମୟରେ ସେ କାହିଁକି ସୁଶାନ୍ତଙ୍କୁ ଅଟକାଇଲେ ନାହିଁ ଏବଂ କଥାବାର୍ତ୍ତା କଲେନି । ଯଦି ସେ ତାଙ୍କୁ ଅଟକାଇ ନିଜ ଅନୁଭବ ସେୟାର କରିଥାଆନ୍ତେ ତେବେ ହୁଏତଃ ସୁଶାନ୍ତଙ୍କ କିଛି ସମସ୍ୟା ହାଲକା ହୋଇପାରିଥାଆନ୍ତା । ସେ ଏକ ନମ୍ର ପରିବାରରୁ ଆସିଥିଲେ ଏବଂ ଭଲ ଫିଲ୍ମ କରୁଥିଲେ । ତାଙ୍କର ଅନେକ ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା । ମୁଁ ସବୁବେଳେ ଏହି ଅନୁତାପ କରିବି ଯେ ତାଙ୍କୁ ଅଟକାଇ ତାଙ୍କ ଜୀବନ ବିଷୟରେ କଥା ହୋଇପାରିଲି ନାହିଁ’ ବୋଲି ଭିଡିଓରେ କହିଛନ୍ତି ସୋଏବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.