ମୁମ୍ବାଇ: ଖାରଜ ହେଲା ଅଭିନେତ୍ରୀ ଗେହନା ବଶିଷ୍ଠଙ୍କ ଅନ୍ତରୀଣ ଜାମିନ ଆବେଦନ । ପର୍ଣ୍ଣୋଗ୍ରାଫି ମାମଲାରେ ଗେହନା ମୁମ୍ବାଇର ସେସନ କୋର୍ଟରେ ଏହି ଆବେଦନ କରିଥିଲେ । ଚଳିତବର୍ଷ ଫେବୃଆରୀରେ ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ହେପାଜତକୁ ନେଇଥିଲା ।
ଗେହନାଙ୍କ ବିରୋଧରେ ୨ ଜଣ ପୀଡି଼ତ ଅଭିନେତା FIR ଦାଖଲ କରିଛନ୍ତି । ସେପଟେ ରାଜକୁନ୍ଦ୍ରାଙ୍କ ଏହି ବ୍ୟବସାୟରେ ଗେହନା ତାଙ୍କ ସହଯୋଗୀ ଥିଲେ ବୋଲି ପୋଲିସ କହିଛି । ଗେହନା ଯେ କେବଳ ପର୍ଣ୍ଣୋଗ୍ରାଫି ଫିଲ୍ମରେ ଅଭିନୟ କରୁଥିଲେ ତାହା ନୁହେଁ, ବରଂ ଏହି ଫିଲ୍ମଗୁଡିକର ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ସେପଟେ ଏହି ଅଭିଯୋଗକୁ ଗେହନାଙ୍କ ଆଇନଜୀବୀ ଖଣ୍ଡନ କରିଛନ୍ତି । ସେ କେବଳ ଫିଲ୍ମର ସୁଟିଂ ପାଇଁ ଏପରି କରୁଥିଲେ ବୋଲି ସେ କହିଛନ୍ତି ।
ତେବେ ସୂଚନା ଥାଉ କି ଏହି ପର୍ଣ୍ଣଷ୍ଟାର ଗେହନା ଫେବୃଆରୀ ଗିରଫ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ଜାମିନରେ ଅଛନ୍ତି । ଏହି ସମୟରେ ଗତ ଜୁଲାଇ ୨୮ ତାରିଖରେ ୨ ପୀଡିତ ଅଭିନେତା ତାଙ୍କ ବିରୋଧରେ ମାଲବାଣୀ ଥାନାରେ ଅଭିଯୋଗ କରିଥିଲେ । ୮୭ଟି ପର୍ଣ୍ଣୋଗ୍ରାଫି ଭିଡ଼ିଓ ସୁଟିଂ କରିବା ପରେ ତାଙ୍କୁ ଗିରଫ କରିଯାଇଥିଲା । ଏହି ଭିଡି଼ଓଗୁଡ଼ିକୁ ସେ ତାଙ୍କ ୱେବସାଇଟରେ ଅପଲୋଡ କରୁଥିଲେ । Miss Asia Bikini ପ୍ରତିଯୋଗିତାର ବିଜୟିନୀ ଗେହନା ବର୍ତ୍ତମାନ Alt Balajiର ୱେବ ସିରିଜ 'ଗନ୍ଦି ବାତ୍'ରେ ଅଭିନୟ କରିଛନ୍ତି । ଏହାବ୍ୟତୀତ ସେ ଆଉ କିଛି ହିନ୍ଦୀ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ