ମୁମ୍ବାଇ: କୋରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ବର୍ତ୍ତମାନ ଦେଶବାସୀ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏଥିରେ ସାମିଲ ଅଛନ୍ତି ବଲିଉଡ ଷ୍ଟାର୍ସ ମଧ୍ୟ। ସବୁ କଳାକାର ନିଜକୁ ଆଇସୋଲେଟ କରିସାରିଛନ୍ତି। ଆଉ ତାଙ୍କ ଘରକୁ କାମ କରିବାକୁ ଆସୁଥିବା ମେଡ ମଧ୍ୟ ନିଜ ନିଜ ଘରୁ ବାହାରକୁ ବାହାରୁନାହାଁନ୍ତି। ଏମିତି ପରିସ୍ଥିତିରେ ଷ୍ଟାର୍ସ ନିଜ ନିଜ ଘର କାମ କରୁଥିବାର ନଜର ଆସୁଛନ୍ତି। ଖାଲି ସମୟରେ କଣ କରୁଛନ୍ତି ତାହା ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଏହି କ୍ରମରେ ସାମିଲ ଅଛନ୍ତି ସେକ୍ସୀ କ୍ୟାଟ୍ରିନା କୈଫ, କାର୍ତ୍ତିକ ଆର୍ୟନ, ସଲମାନ ଖାନ ଓ ପ୍ରୀତି ଜିଣ୍ଟା । ଏମାନଙ୍କ ମଧ୍ୟରୁ କିଏ ଘର କାମ କରୁଥିବାର ନଜର ଆସୁଛନ୍ତି ତ ଆଉ କିଏ ଖାଲି ସମୟରେ ନିଜ ହିଡେନ ଟ୍ୟାଲେଣ୍ଟ ଦେଉଛନ୍ତି । କ୍ୟାଟ ଓ କ୍ୟାର୍ତ୍ତି ଘରେ ବାସନ ସଫା କରୁଥିବାର ଦେଖାଯାଉଛନ୍ତି। ଯାହାର ଭିଡିଓ ଦୁଇ ଜଣ ଇନଷ୍ଟାଗ୍ରାମରେ ସେୟାର କିରଛନ୍ତି । ସେଲ୍ଫ ଆଇସୋଲେସନ କାହାଣୀ ନଥିଲେ ହୁଏତଃ ଫ୍ୟାନ୍ସ ଷ୍ଟାର୍ସଙ୍କ ଏ ଅବତାର ଦେଖିବାକୁ ପାଇନଥାଆନ୍ତେ । ଏବେ ଭିଡିଓ ଦେଖି ସମସ୍ତେ ଜାଣିସାରିବେଣି ଯେ ଷ୍ଟାର୍ସ ବ୍ୟକ୍ତିଗତ ଜୀବନରେ କିପରି ରହୁଛନ୍ତି । କ୍ୟାଟ ଭିଡିଓ ସେୟାର କରି ବାସନ ସଫା କରିବାର ଟିପ୍ସ ଫ୍ୟାନ୍ସଙ୍କୁ ମଧ୍ୟ ଦେଇଛନ୍ତି।
ଅନ୍ୟପଟେ ସଲମାନ ଖାନ ଖାଲି ସମୟରେ ପେଣ୍ଟିଂ କରୁଥିବାର ନଜର ଆସୁଥିବା । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ମାତ୍ର 2 ମିନିଟରେ ଏକ ଶାନଦାର ପେଣ୍ଟି କରୁଥିବାର ଦେଖାଯାଇଥିଲେ । ସେହିପରି ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା ବର୍ତ୍ତମାନ ମା'ଙ୍କ ସେବାରେ ଲାଗିଛନ୍ତି । ସେ ମା'ଙ୍କ ମୁଣ୍ଡ ମସାଜ କରୁଥିବାର ଦେଖାଯାଉଛନ୍ତି । ଏହିପରି ରୂପେ ଅନେକ ଷ୍ଟାର୍ସ ନିଜ ସମୟ ବିତାଉଛନ୍ତି । ଆଉ ସୈଫ ଅଲ୍ଲୀ ଖାନଙ୍କ ଲାଡଲୀ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଘରେ ଆଇସୋଲେସନରେ ରହି ଫ୍ୟାନଙ୍କୁ ଫିଟ୍ ରହିବାର ମନ୍ତ୍ରା ବାଣ୍ଟିଛନ୍ତି । ସେ ସହସ ଏକ୍ସରସାଇଜ କରି ନିଜ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।