ETV Bharat / sitara

2020ରେ ଭାଇରସ ଅଛି, ଡିଲିଟ କରି ରି-ଇନଷ୍ଟଲ କରିବାକୁ କହିଲେ ବିଗ ବି

author img

By

Published : Mar 30, 2020, 4:26 PM IST

ଫେସବୁକରେ ଅମିତାଭ ବଚ୍ଚନଙ୍କ ମଜାଦାର ପୋଷ୍ଟ । 2020 ବର୍ଷରେ ଭାଇରସ ଅଛି, ଏହାକୁ ଡିଲିଟ କରି ରିଇନଷ୍ଟଲ କରିବାକୁ କହିଲେ ।

amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: କୋରୋନା ଭାଇରସ ପାଇଁ ପରିସ୍ଥିତି ଅସମ୍ଭାଳ । ଏହି ଭାଇରସରୁ ଦେଶକୁ ବଞ୍ଚାଇବା ପାଇଁ 21 ଦିନ ପର୍ଯ୍ୟନ୍ତ ଦେଶରେ ଲାକଡାଉନ ଲାଗୁ ହୋଇଛି । ଆଉ ଘରେ ସମୟ ବିତାଉଥିବା ସେଲିବ୍ରିଟି ସୋସିଆଲ ମିଡିଆରେ ନିଜର ଅନେକ ଫଟୋ, ଭିଡିଓ ସେୟାର କରିବାରେ ଲାଗିଛନ୍ତି । ଇତିମଧ୍ୟରେ ମହାନାୟକ ଅମିତାଭ ବଚ୍ଚନ ଫ୍ୟାନ୍ସଙ୍କୁ ପ୍ରଶ୍ନ ପଚାରିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅମିତାଭ କୋରୋନା ଭାଇରସ ପାଇଁ ଅନେକଥର ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ଦେଇସାରିଲେଣି । ନିକଟରେ ସେ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି, ‘2020 ବର୍ଷକୁ ଡିଲିଟ କରି ଦ୍ବିତୀୟଥର ରିଇନଷ୍ଟଲ କରିପାରିବା କିି ? ଏଥିରେ ଭାଇରସ ଅଛି।’

ତାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି । ଜଣେ ୟୁଜର ଲେଖିଛନ୍ତି, ଖାସ୍ ଆମେ ଏମିତି କରିପାରନ୍ତେ । ହେଲେ ମତେ ଭରସା ଅଛି ଯେ ଭଲ ଦିନ ପୁଣି ଆସିବ । ଯଦି ଲୋକ ଏହି ଭାଇରାସରୁ କିଛି ଶିଖିବେ । ଏହିପରି ଅନେକ ୟୁଜର ପ୍ରତିକ୍ରିୟା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.