ETV Bharat / sitara

‘ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ସହ ବଡ ହୋଇଛନ୍ତି ଭାରତୀୟ’ - ଅନୁପମ ଖେରଙ୍କ ନୂଆ ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜକୁ ଭଲ ପଦକ୍ଷେପ କହିଲେ ଅନୁପମ ଖେର। ବର୍ତ୍ତମାନ ଏହି ଚ୍ୟାଲେଞ୍ଜକୁ ସେଲିବ୍ରିଟିଙ୍କ ଠୁ ନେଇ ଜନସାଧାରଣ ଗ୍ରହଣ କରିବାରେ ଲାଗିଛନ୍ତି।

anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
author img

By

Published : Mar 19, 2020, 12:12 PM IST

ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ପୁରା ବିଶ୍ବ ଚେଷ୍ଟା ଚଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲୋକଙ୍କୁ ସାବୁନ ଓ ପାଣିରେ ବାରମ୍ବାର ହାତ ଧୋଇବାକୁ କହିଛନ୍ତି। ବଲିଉଡ ସେଲିବ୍ରିଟି ମଧ୍ୟ କୋରୋନା ଭାଇରସ ଉପରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଉଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ବିଶିଷ୍ଟ ଅଭିନେତା ଅନୁପମ ଖେର।

ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଭିଡିଓ ଜରିଆରେ ହ୍ୟାଣ୍ଡ ୱାଶ ଚ୍ୟାଲେଞ୍ଜ ପଦକ୍ଷେପ ପ୍ରଶଂସା କରିବା ସହ ଭାରତରେ ଏହି ଚ୍ୟାଲେଞ୍ଜ ଅନେକ ଯୁଗରୁ ଚାଲିଆସୁଛି ବୋଲି କହିଛନ୍ତି।

ଟ୍ବିଟରରେ ସେୟାର କରିଥିବା ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି ଯେ ଆମ ଦେଶରେ ବାପା-ମା' ପିଲାବେଳୁ ଆମକୁ ହାତ ଧୋଇବା ଏବଂ ଜୋତା ଖୋଲି ବାହାର ରଖିବାକୁ ପରାର୍ମଶ ଦେଉଥିଲେ। ଏହି ଚ୍ୟାଲେଞ୍ଜ ଭାରତରେ ଅନେକ ଯୁଗରୁ ଚାଲିଆସୁଛି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଏକ ଶାନଦାର ପଦକ୍ଷେପ । ଆଉ ଏହାକୁ ପୁରା ଗମ୍ଭୀରତା ରୂପେ ଗ୍ରହଣ କରିବା କଥା।’

ଭିଡିଓ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ପ୍ରକାଶ ଥାଉକି ବିଶ୍ବ ସ୍ବାସ୍ଥ୍ୟ ସଗଠନ କିଛି ଦିନ ହେବ ସେଲିବ୍ରିଟିଙ୍କୁ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ଦେଶବାସୀଙ୍କୁ ଅପିଲ କରିବାକୁ କହିଥିଲା । ଯାହାପରେ ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା ରଣବୀର ସିଂଙ୍କ ଭଉଣୀ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିସାରିଛନ୍ତି । ବର୍ତ୍ତମାନ କୋରୋନା ଭାଇରସରୁ ବଞ୍ଚିବା ପାଇଁ ଏପରି ଚ୍ୟାଲେଞ୍ଜ ଗ୍ରହଣ କରିବାରେ ଲାଗିଛନ୍ତି ଅନେକ ଲୋକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.