ETV Bharat / sitara

ଇଟାଲୀର କାହାଣୀ କହୁଥିବା ବେଳେ ଭାବପ୍ରବଣ ହୋଇପଡିଲେ ଶକ୍ତି କପୁର - shakti kapoor shared story of italy person

ଶକ୍ତି କପୁର ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଇଟାଲୀର ଜଣେ କରୋନାରେ ପୀଡିତଙ୍କ କାହାଣୀ କହି ଲୋକଙ୍କୁ ସଚେତନ କରାଉଥିଲେ । କାହାଣୀ ବର୍ଣ୍ଣନା କରିବାବେଳେ ଅଭିନେତା ନିଜେ ଭାବପ୍ରବଣ ହୋଇ କାନ୍ଦିଥିଲେ । ଅଧିକ ପଢନ୍ତୁ...

corona virus shakti kapoor shared story of italy person and got emotional in video
ଇଟାଲୀର କାହାଣୀ କହୁଥିବା ବେଳେ ଭାବପ୍ରବଣ ହୋଇପଡିଲେ ଶକ୍ତି କପୁର
author img

By

Published : Apr 2, 2020, 12:07 AM IST

ମୁମ୍ବାଇ: କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ଭୟଭୀତ ହୋଇପଡିଛି । ଭାରତରେ ମଧ୍ୟ ଏହି ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହାକୁ ରୋକିବା ପାଇଁ ସମଗ୍ର ଦେଶକୁ ସରକାର ଲକଡାଉନ ଘୋଷଣା କରିଛନ୍ତି ।

corona virus shakti kapoor shared story of italy person and got emotional in video
ଇଟାଲୀର କାହାଣୀ କହୁଥିବା ବେଳେ ଭାବପ୍ରବଣ ହୋଇପଡିଲେ ଶକ୍ତି କପୁର

ତେବେ ଏହି ସମୟରେ ବଲିଉଡ ଅଭିନେତା ଶକ୍ତି କପୁର ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜଣେ ଇଟାଲୀୟ କରୋନାରେ ପୀଡିତଙ୍କ କାହାଣୀ କହି ଲୋକଙ୍କୁ ସଚେତନ କରାଉଛନ୍ତି ।

ସେ କହିଥିଲେ ଯେ, 'ଇଟାଲୀରେ ଜଣେ 93 ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରୁଥିବା ସମୟରେ ଡାକ୍ତର ତାଙ୍କୁ କହିଥିଲେ ଯେ, ଆପଣଙ୍କୁ ଗୋଟିଏ ଦିନର ଭେଣ୍ଟିଲେଟର ବିଲ ଦେବାକୁ ପଡିବ ପାଞ୍ଚ ହଜାର । ଏହା ପରେ ସେହି ବୟସ୍କଙ୍କ ଆଖି ଭରିଗଲା।

ତା’ପରେ ବୃଦ୍ଧ ଜଣକ କହିଲେ, ମୋର ବହୁତ ଟଙ୍କା ଅଛି, କିନ୍ତୁ ଆଜି ଗୋଟିଏ କଥା ହୃଦୟଙ୍ଗମ ହୋଇଛି ଯେ ମୋତେ ଭଗବାନଙ୍କୁ ଏକ ବଡ ବିଲ ଦେବାକୁ ପଡିବ । ଯିଏ ମୋତେ ସାରା ଜୀବନ ବିନା କୌଣସି ଦେୟରେ ନିଶ୍ୱାସ ନେବାକୁ ସୁଯୋଗ ଦେଇଥିଲା । ଆଉ ଆଜି ଭେଣ୍ଟିଲେଟର ସାହାଯ୍ୟରେ ମତେ ନିଶ୍ୱାସ ନେବା ପାଇଁ ଟଙ୍କା ଦେବାକୁ ପଡିବ ।

ଏହି କାହାଣୀ କହିବା ସମୟରେ ଶକ୍ତି କପୁରଙ୍କୁ ଭାବପ୍ରବଣତା ଦେଖାଯାଏ । ସେ କହିଥିଲେ, 'ଏହି ଜିନିଷ ମୋ ହୃଦୟରେ ବସିଯାଇଛି । ତେଣୁ ଯତ୍ନ ନିଅ, ଘରେ ରୁହ ଏବଂ ଜୀବନର ମୂଲ୍ୟ ବୁଝ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.