ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ଗତ 5 ତାରିଖରେ କୋରୋନା ପଜିଟିଭ ବାହାରିଥିଲେ । ଯାହାପରେ ଅଭିନେତ୍ରୀ ନିଜକୁ କ୍ବାରେଣ୍ଟାଇନ କରିଥିଲେ। ବର୍ତ୍ତମାନ ଫ୍ୟାନ୍ସଙ୍କ ସହ ନିଜ କ୍ବାରେଣ୍ଟାଇନ ଜୀବନର ଫଟୋ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ଝରକା ପାଖରେ ଠିଆ ହୋଇଥିବା ନଜର ଆସିଛନ୍ତି।
- " class="align-text-top noRightClick twitterSection" data="
">
ଆଉ ଫଟୋର କ୍ୟାପସନରେ ସେ ଜଣାଇଛନ୍ତି କ୍ବାରେଣ୍ଟାଇନ ଲାଇଫରୁ ଶୀଘ୍ର ବାହାରିବାକୁ ସେ ଅପେକ୍ଷା କରିଛନ୍ତି । ସେପଟେ ତାଙ୍କ ଭଉଣୀ ସମିକ୍ଷା ପେଡନେକର ଏଥିରେ କମେଣ୍ଟ କରି ଲେଖିଛନ୍ତି, ‘ମୁଁ ତୁମକୁ ବହୁତ ମିସ୍ କରୁଛୁ ଭଉଣୀ ।’
ପ୍ରକାଶ ଥାଉକି କମେଡି ଡ୍ରାମା ଫିଲ୍ମ ‘ବଧାଇ ଦୋ’ ସୁଟିଂ ନିକଟରେ ଶେଷ କରିଥିଲେ ଭୂମି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଫେମସ ଆକ୍ଟର ରାଜକୁମାର ରାଓ । ସେହିପରି ବିକ୍କୀ କୌଶଲଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର ଲେଲେ’ର ସୁଟିଂ ସମୟରେ କୋରୋନା ସଂକ୍ରମିତ ହୋଇଥିଲେ ଭୂମି ।