ETV Bharat / sitara

ଫେଲ୍ ମାରିଲା କୁଲି ନଂ1, ସୋସିଆଲ ମିଡିଆରେ ଟ୍ରୋଲ କଲେ ଦର୍ଶକ - ବରୁଣ ଧୱନ ଷ୍ଟାରର କୁଲି ନଂ 1 ନ୍ୟୁଜ

ବର୍ତ୍ତମାନ ବରୁଣଙ୍କ କମେଡି ଡ୍ରାମା ଫିଲ୍ମ ନେଇ ସୋସିଆଲ ମିଡିଆରେ କମେଡି କରିବାରେ ଲାଗିଛନ୍ତି ୟୁଜର୍ସ । ଆକ୍ସନ ସିନ ଉପରେ ହସିଲେ ସମସ୍ତେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
author img

By

Published : Dec 26, 2020, 10:35 AM IST

ମୁମ୍ବାଇ: ପପୁଲାର ଆକ୍ଟର ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କୁଲି ନଂ 1’ ଶୁକ୍ରବାର ରିଲିଜ ହୋଇଯାଇଛି । ହେଲେ ନିର୍ମାତା ଯେମିତି ଆଶା କରିଥିଲେ ସେମିତି ପ୍ରଦର୍ଶନ କରିପାରିନାହିଁ ଏହି ଫେଲ୍ ମାରିଛି । ସେପଟେ ଦର୍ଶକଙ୍କୁ ନିରାଶ କରିଛି ଫିଲ୍ମ । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ମଜାକ ଉଡାଯାଉଛି । ଫିଲ୍ମର ଗୋଟିଏ ସିନ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଥାଟି ହେଲା ଯେ ଫିଲ୍ମର ଗୋଟିଏ ସିନ ଏମିତି ଅଛି, ଯେଉଁଥିରେ ବରୁଣ ଟ୍ରେନ ଲାଇନରେ ବସିଥିବା ଜଣେ ପିଲାକୁ ବଞ୍ଚାଇବା ପାଇଁ ଟ୍ରେନ ଉପରକୁ ଡେଇଁବା ସହ ଦ୍ରୁତ ଗତିରେ ଟ୍ରେନ ଉପରେ ଦୌଡୁଥିବାର ଦେଖାଯାଉଛନ୍ତି । ଗୋଟିଏ କୋଚରୁ ଡେଉଁ ସେ ଅନ୍ୟ ଏକ କୋଚରେ ପହଞ୍ଚିଯାଉଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସହଜରେ ଦର୍ଶକଙ୍କୁ ତାଙ୍କର ଏହି ସିନ ହଜମ ହେଉନାହିଁ । ଏଥିପାଇଁ ଏହାର ମଜାକ ଉଡାଇବା ଆରମ୍ଭ କରିଦେଇଛନ୍ତି ଅନେକ ଦର୍ଶକ ।

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି,‘ଯେତେବେଳେ ସେ ଟ୍ରେନ ଉପରୁ ଡେଇଁଲେ ତେବେ କିପରି ଆଗକୁ ପଲଟିଲେ । ଆଉ ଯେବେ ସେ ଡେଇଁଲେ ସେତେବେଳେ ପିଲାଠାରୁ ପ୍ରାୟ 2 ମିଟର ଦୂରରେ ଟ୍ରେନ ଥିଲା । ତେଣୁ ପ୍ରାୟ 100 ବେଗରେ 2 ମିଟର ଅତିକ୍ରମ କରିବାକୁ 0.07 ସେକେଣ୍ଡ ଲାଗେ । ହେଲେ ବରୁଣ 0.07 ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଆଗକୁ ଡେଇଁଲେ, ଆଉ ପିଲାଟିକୁ ସୁରକ୍ଷିତ ବାହାର କରିନେଲେ । RIP ପଦାର୍ଥ ବିଜ୍ଞାନ ।’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏହା ତ କିଛି ନୁହେଁ । ରଜନୀକାନ୍ତ ଥିଲେ ଟ୍ରେନ ଲାଇନକୁ ହି ଅଲଗା କରିଦେଇଥାଆନ୍ତେ ।’ ତୃତୀୟ ୟୁଜର କହିଛନ୍ତି, ‘ଲଜିକ, ଫିଜିକ୍ସ, କମନସେନ୍ସ ଓ ରୋହିତ ସେଟ୍ଟୀ ସମସ୍ତଙ୍କୁ ପଛରେ ପକାଇ ଦେଲା ।’ ଆପଣ ବି ଦେଖନ୍ତୁ ବରୁଣଙ୍କ ଏହି ମଜାଦାର ସିନ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.