ନୂଆଦିଲ୍ଲୀ : କମେଡି କିଙ୍ଗ ତଥା ଅଭିନେତା କପିଲ ଶର୍ମାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ସମନ ଜାରି କରିଛି । ନକଲି କାର୍ ପଞ୍ଜିକରଣ ମାମଲାରେ ପୋଲିସ କପିଲଙ୍କ ବୟାନ ରେକର୍ଡ କରିବ ।
କାର୍ ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଡିସି ଡିଜାଇନ୍ ଠକେଇ ମାମଲାରେ ଶର୍ମାଙ୍କୁ ଏକ ବୟାନ ପାଇଁ ଡକାଯାଇଛି । ପୋଲିସ କହିଛି ଯେ, କପିଲ କାର ଡିଜାଇନର୍ ଦିଲୀପଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ତାଙ୍କୁ ସାକ୍ଷୀ ଭାବରେ ତାଙ୍କ ବୟାନ ରେକର୍ଡ କରିବାକୁ କୁହାଯାଇଛି ।
ଆଜି(ଗୁରୁବାର) କପିଲ କ୍ରାଇମ ବ୍ରାଞ୍ଚ ସାମ୍ନାରେ ହାଜର ହୋଇବେ ବୋଲି କୁହାଯାଉଛି । ପ୍ରକାଶ ଥାଉ ଯେ, 29 ଡିସେମ୍ବର ସନ୍ଧ୍ୟାରେ ଡିସି ଡିଜାଇନ୍ ପ୍ରାଇଭେଟ ଲିମିଟେଡର ଫାଉଣ୍ତର ଦିଲୀପ ଛାବ୍ରିଆଙ୍କୁ କ୍ରାଇମବ୍ରାଞ୍ଚର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (CIU) ଅନ୍ଧେରୀର MIDC ରୁ ଗିରଫ କରିଥିଲା।