ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ-ମ୍ୟାନେଜର ଓ ବରୁଣ ଶର୍ମାଙ୍କ ବର୍ତ୍ତମାନର ମ୍ୟାନେଜର ଦିଶା ସଲିୟାନଙ୍କ ଆତ୍ମହତ୍ୟା । ସେ 12 ମହଲା ବିଶିଷ୍ଟ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା । ସମସ୍ତେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେବାରେ ଲାଗିଛନ୍ତି । ଏବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ କାଳ ସାଜିଛି । ପ୍ରାୟତଃ ସେଲିବ୍ରିଟିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ସେପଟେ ଟିଭିର ଫେମସ କମେଡିଆନ ଭାରତୀ ସିଂ, ଦିଶାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଦିଶାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୋ ପାଖରେ କିଛି ଶବ୍ଦ ନାହିଁ । ରେଷ୍ଟ ଇନ ପିସ ଦିଶା ।’ ଭାରତୀଙ୍କୁ ଦିଶାଙ୍କ ଆତ୍ମହତ୍ୟାର ବଡ ଝଟକା ଲାଗିଛି । ସେ ଏଯାବତ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁନାହାଁନ୍ତି ।
ପୋଲିସ ଅନୁଯାୟୀ ଦିଶା ଆତ୍ମହତ୍ୟା ପୂର୍ବରୁ ନିଜର ଅନେକ ବନ୍ଧୁଙ୍କୁ ଭିଡିଓ କଲ କରିଥିଲେ । ହେଲେ ନିଜର ଅସୁବିଧା ବିଷୟରେ କାହାରିକୁ କିଛି ଜଣାଇନଥିଲେ । ଏହି ମାମଲାରେ ଏବେ ପୋଲିସର ତଦନ୍ତ ଚାଲିଛି ।