ETV Bharat / sitara

‘ସାହୋ’ ପାଇଁ ଗାଳି ଶୁଣିଲେ ଚଙ୍କି

ପ୍ରଭାସଙ୍କ ସହ ‘ସାହୋ’ ଫିଲ୍ମରେ ଫାଇଟ କରି ବାସ୍ତବ ଜୀବନରେ ଦର୍ଶକଙ୍କ ଠାରୁ ଗାଳି ଶୁଣିଲେ ଅଭିନେତା ଚଙ୍କି ପାଣ୍ଡେ । ଯାହାର ଖୁଲାସା ଏକ ଇଭେଣ୍ଟରେ ସେ କରିଛନ୍ତି ।

author img

By

Published : Sep 26, 2019, 10:47 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଚଙ୍କି ପାଣ୍ଡେ

ମୁମ୍ବାଇ: ଚଙ୍କି ପାଣ୍ଡେ ଏମିତି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ କମେଡି ଦ୍ବାରା ଦର୍ଶକଙ୍କୁ ଖୁବ ହସାଆନ୍ତି ଆଉ ନିଜ ଖଳନାୟକ ଭୂମିକାରେ ଡରାଇ ଥାଆନ୍ତି । ଗତ ମାସରେ ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ ‘ସାହୋ’ରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ସେ ଫିଲ୍ମରେ ଦେବରାଜ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟିକୁ କ୍ରିଟିକ୍ସ ଏବଂ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।

ଏହି ଫିଲ୍ମରେ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ସେହିଠାରେ କିଛି ଦର୍ଶକଙ୍କୁ ଚଙ୍କିଙ୍କ ନେଗେଟିଭ ରୋଲ ଆଦୌ ପସନ୍ଦ ଆସିନଥିଲା । ଯାହା ବିଷୟରେ ଖୁଲାସା ନିକଟରେ କରିଥିଲେ ସେ । ‘ସାହୋ’ ଫିଲ୍ମରେ ତାଙ୍କୁ ଏମିତି ପ୍ରତିକ୍ରିୟା ମିଳିଥିଲା ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

‘ନିକଟରେ ମୁଁ ଯେତେବେଳେ ଘର ବାହାରକୁ ଯାଇଥିଲି ତେବେ ଜଣେ ଆଣ୍ଟି ଚପଲ ନେଇ ମତେ ପିଟିବାକୁ ଆସିଯାଇଥିଲେ । ମୁଁ ଆଣ୍ଟିଙ୍କୁ ପ୍ରଶ୍ନ କରିଥିଲେ କି ଆପଣଙ୍କର କିଛି ଅସୁବିଧା କରିଛି କି । ତେବେ ଆଣ୍ଟି ଜଣକ କହିଥିଲେ ମୋର କିଛି ଆପଣ କରିନାହାଁନ୍ତି । କିନ୍ତୁ ଫିଲ୍ମ ସାହୋରେ ଆପଣ ବାହୁବଳୀ ପ୍ରଭାସଙ୍କ ତଣ୍ଟି ଚିପିଥିଲେ । ଆପଣ ବହୁତ ଖରାପ । ପୂର୍ବରୁ ଆପଣଙ୍କ ଆମେ ପସନ୍ଦ କରୁଥିଲୁ । କିନ୍ତୁ ଏବେ ଆପଣ ଖରାପ ହୋଇଗଲଣି’ ବୋଲି କହିଥିଲେ ଚଙ୍କି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.