ETV Bharat / sitara

ହ୍ରିତିକଙ୍କ ନୂଆ ନାଁ 'ଦା ସୁଆଇ'

ଫିଲ୍ମ 'କାବିଲ'କୁ ଚୀନରେ ଖୁବ୍ ପସନ୍ଦ କରାଯାଇଛି । ଏମିତିରେ ଫ୍ୟାନ୍ସଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଚୀନ ଦର୍ଶକ ହ୍ରିତିକଙ୍କୁ ଏକ ଶାନଦାର ଉପହାର ଦେଇଛନ୍ତି ।

author img

By

Published : May 30, 2019, 8:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ

ମୁମ୍ବାଇ: ବର୍ତ୍ତମାନ ଭାରତ ବ୍ୟତୀତ ଚୀନ ସିନେ ବଜାରରେ ହିନ୍ଦୀ ଫିଲ୍ମର ବେଶ ଚାହିଦା ଦେଖିବାକୁ ମିଳୁଛି । ଚୀନ ଦର୍ଶକ ଧିରେ ଧିରେ ହିନ୍ଦୀ ଫିଲ୍ମର ଦିୱାନା ହେବାରେ ଲାଗିଲେଣି । ସେଠାରେ ରିଲିଜ ହୋଇଥିବା ଅନେକ ଭାରତୀୟ ଫିଲ୍ମ ବ୍ଲକବଷ୍ଟର ଆୟ କରି ନୂଆ ରେକର୍ଡ ସୃଷ୍ଟି କରିସାରିଲେଣି ।

ଇତିମଧ୍ୟରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଶେଷ ରିଲିଜ ଫିଲ୍ମ 'କାବିଲ' ଭାରତରେ ଧମାଲ କରିସାରିଲା ପରେ ଏବେ ଚୀନରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ରିଲିଜ ହୋଇଯାଇଛି । 2017ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ହ୍ରିତିକଙ୍କ ବ୍ୟତୀତ ଅଭିନେତ୍ରୀ ୟାମୀ ଗୌତମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ଭାରତରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଏବେ ଫିଲ୍ମଟି ଚାଇନାରେ ମଧ୍ୟ ଶାନଦାର ଆୟ କରିବାରେ ଲାଗିଛି ।

ଫିଲ୍ମ 'କାବିଲ'କୁ ଚୀନରେ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏମିତିରେ ହ୍ରିତିକଙ୍କ ଫ୍ୟାନ୍ସ ପାଇଁ ଏକ ଖାସ ଖବର ସାମ୍ନାକୁ ଆସିଛି । କାରଣ କାବିଲ ଦେଖି ସାରି ଚୀନ ଦର୍ଶକ ହ୍ରିତିକଙ୍କ ନୂଆ ନାମକରଣ କରିଛନ୍ତି । ଚୀନ ଭାଷା ମନ୍ଦାରିନର ତରଫରୁ ହ୍ରିତିକଙ୍କୁ ଏକ ଖାସ ନାମ ଦିଆଯାଇଛି ।

ଆଜ୍ଞା ହଁ, 45 ବର୍ଷିୟ ହ୍ରିତିକଙ୍କ ନାମକରଣ କରି ଚୀନ ଦର୍ଶକ 'ଦା ସୁଆଇ' ନାମ ରଖିଛନ୍ତି । ଏହାରମାନେ ହେଲା ଚୀନ ଭୂମିରେ ବେଶ ସୁନ୍ଦର । ଏହା ହ୍ରିତିକଙ୍କ ପାଇଁ କୌଣସି ଉପାଧି ଠାରୁ ମଧ୍ୟ କମ ନୁହେଁ । ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ ଫିଲ୍ମ ପାଇଁ ହ୍ରିତିକ୍, ୟାମୀଙ୍କ ସହ ମିଶି ଚୀନ ଯାତ୍ରା କରିବେ ।

ଜଣାଇ ଦେଉଛୁ ଯେ ହ୍ରିତିକଙ୍କ ଏହା ପ୍ରଥମ ଫିଲ୍ମ ଯାହା ଅନ୍ତରାଷ୍ଟ୍ରୀୟ ସ୍ତରରେ ରିଲିଜ ହୋଇଛି । ଯଦି ତାଙ୍କ ଆଗାମୀ ଫିଲ୍ମ 'ସୁପର-30' ବିଷୟରେ କଥା ହେବା, ତେବେ ଜୁଲାଇ 26ରେ ଫିଲ୍ମଟି ପରଦାରେ ରିଲିଜ ହେବାକୁ ଯାଉଛି ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.