ETV Bharat / state

ଲଣ୍ଡନରେ ଆୟୋଜନ ହେବ ବାଲିଯାତ୍ରା, ସହଯୋଗ ପାଇଁ ମୋହନ ସରକାରଙ୍କ ପ୍ରତିଶ୍ରୁତି - bali yatra in london

ନଭେମ୍ବରର 30 ତାରିଖରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର ।

author img

By ETV Bharat Odisha Team

Published : 2 hours ago

bali-yatra-in-london
bali-yatra-in-london (ETV Bharat Odisha)

ଭୁବନେଶ୍ୱର: ଓଡିଶାର ଐତିହାସିକ ବାଲିଯାତ୍ରାକୁ ନେଇ ଦେଶ ବିଦେଶରେ ଅନେକ ଚର୍ଚ୍ଚା । ଏହାକୁ ଆଉ ପାଦେ ଆଗେଇ ନେଇଛନ୍ତି ଓଡିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ । ଲଣ୍ଡନରେ ପ୍ରଥମଥର ଲାଗି ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ନଭେମ୍ବରର 30 ତାରିଖରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର ।

ଓଡିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ ବା ଓଏସୟୁକେ 40 ବର୍ଷ ହେଲା ଲଣ୍ଡନରେ କାର୍ଯ୍ୟ କରୁଛି । ଲଣ୍ଡନରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ ଯୋଗାଇ ଆସୁଛି ସଂଗଠନ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରୁଛି ଅନୁଷ୍ଠିତ । ଅନୁଷ୍ଠାନ ଏକ ନୂଆ ପଦକ୍ଷେପ ହାତକୁ ନେଇଛି । ଚଳିତ ବର୍ଷ ଲଣ୍ଡନରେ ଓଡ଼ିଶାର ଐତିହ୍ୟ ବାଲିଯାତ୍ରା ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛି । ସଂଗଠନ ପକ୍ଷରୁ ଓଡିଶା ସରକାରଙ୍କ ସହ ଯୋଗାଯୋଗ କରାଯାଇଛି । ସଂଗଠନର ଅନ୍ୟତମ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି । ଲଣ୍ଡନରେ ବାଲିଯାତ୍ରା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପାର୍ଥ କହିଛନ୍ତି ।

bali yatra in london
bali yatra in london (ETV Bharat Odisha)

ଏହା ବି ପଢନ୍ତୁ-ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପାଇଁ ହେବ ଗ୍ରୀନ କରିଡର - bali yatra 2024

ପ୍ରବାସୀ ଓଡ଼ିଆ ତଥା ଓଏସୟୁକେ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା କହିଛନ୍ତି, "40 ବର୍ଷ ହେଲା ଓଏସୟୁକେ ଗଠନ ହୋଇଛି । ବର୍ତ୍ତମାନ ଏହା ଇଂଲଣ୍ଡ ସରକାର ଦ୍ୱାରା ପଞ୍ଜିକୃତ ହୋଇଛି । ବହୁ ଲୋକଙ୍କ ଅବଦାନ ଯୋଗୁଁ ଓଏସୟୁକେ ଇଂଲଣ୍ଡ ସରକାରଙ୍କ ଦ୍ଵାରା ପଞ୍ଜିକୃତ ହୋଇଛି । ଚଳିତ ବର୍ଷ ଓଏସୟୁକେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଆସନ୍ତା ମାସ ଲଣ୍ଡନରେ ଆୟୋଜନ ହେବ ବାଲିଯାତ୍ରା । ଲଣ୍ଡନରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ସାମିଲ ହେବେ ।" ଡାକ୍ତର ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି, "ପ୍ରବାସୀ ଓଡ଼ିଆ ପ୍ରଥମ ଥର ଲାଗି ଲଣ୍ଡନରେ ବାଲିଯାତ୍ରା ଆୟୋଜନ କରୁଛନ୍ତି । ଆସନ୍ତା ନଭେମ୍ବର 30ରେ ବାଲିଯାତ୍ରା ଲଣ୍ଡନରେ ଆୟୋଜିତ ହେବ । ବାଲିଯାତ୍ରାକୁ ସଫଳ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ।" ସଲିଲ କୁମାର ଦାସ କହିଛନ୍ତି, "ଲଣ୍ଡନରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଯୋଡି ରଖିବା ଲାଗି ଓଡିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ ବା ଓଏସୟୁକେ କାର୍ଯ୍ୟ କରୁଛି ।"

ପ୍ରବାସୀ ଓଡ଼ିଆ ତଥା ଓଏସୟୁକେ ସଦସ୍ୟ ଶ୍ୱେତା ମହାନ୍ତି କହିଛନ୍ତି, "ଓଡ଼ିଶା ସମାଜ ଲଣ୍ଡନରେ ବାଲିଯାତ୍ରା ଆୟୋଜନ କରୁଛି । ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବଡ଼ ଆୟୋଜନ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଓଡିଶା ତଥା ଭାରତର ସଂସ୍କୃତି, ପରମ୍ପରା ଆମେ ପ୍ରଦର୍ଶିତ କରିବୁ । ଦକ୍ଷିଣ - ପୂର୍ବ ଏସିଆରେ ଓଡିଶାର ଥିବା ଅବଦାନ ବାବଦରେ ଅବଗତ କରିବୁ । ପ୍ରାଚୀନ ମନ୍ଦିର, କଳା, ସ୍ଥାପତ୍ୟ, ହସ୍ତଶିଳ୍ପ ସମସ୍ତେ ଜାଣିବେ । ଆମର ସୁନ୍ଦର ସମୁଦ୍ରତଟର ମଧ୍ୟ ପ୍ରଚାର ପ୍ରସାର କରିବୁ । ଯାହା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ୟୁକେ - ଭାରତ ଟ୍ରେଡ ବାବଦରେ କଥାବାର୍ତ୍ତା ଚାଲିଛି । ଆମେ ଏହାକୁ ଏହି କାର୍ଯ୍ୟକ୍ରମ ବାବଦରେ ଆଗକୁ ନେଇପାରିବୁ । ଓଡିଶା - ୟୁକେ ଟ୍ରେଡ଼ ସମ୍ପର୍କ ମଧ୍ୟ ବିସ୍ତାର ହୋଇପାରିବ । ଓଡିଶାରେ କୃଷି, ପଶୁ ସମ୍ପଦ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ବାବଦରେ ୟୁକେ ଓ ଇଉରୋପର ନିବେଶକଙ୍କୁ ଜଣାଇପରିବା । ଏହା ଦ୍ୱାରା ଓଡିଶାକୁ ଲାଭ ମିଳିବ ।"

ବାଲିଯାତ୍ରା ଆୟୋଜନ ନେଇ ସଂଗଠନର 8 ଜଣ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା, ସଲିଲ କୁମାର ଦାସ, ଡ଼. ପ୍ରକାଶ କୁମାର ଦେ, ଡ. ବିଭୂତି ଭୂଷଣ ପଟ୍ଟନାୟକ, ସସ୍ମିତା ରାଜହଂସ, ପ୍ରଭାତ ମିଶ୍ର, ଦୀପ୍ତି ମହାନ୍ତି, ଶ୍ରୀକାନ୍ତ କୁମାର ପାଢୀଙ୍କ ମଧ୍ୟରେ ବୈଠକ ଆୟୋଜିତ ହୋଇଛି । ସଂଗଠନର ଉପଦେଷ୍ଟା ଡ଼. ନିତ୍ୟାନନ୍ଦ ପଟ୍ଟନାୟକ, ସଦସ୍ୟ ଶୁଭକାନ୍ତ ଦାସ, ଆଶିଷ ରାଜହଂସ, ଆରିହନ ସିହ୍ନା, ସତ୍ୟ ସିଦ୍ଧାର୍ଥ, ଶ୍ୱେତା ମହାନ୍ତି, ସୁମନ୍ତ ମାନସିଂହ, ସୋନାଲି ପଣ୍ଡା, ଅମ୍ବିକା ପାଢ଼ୀ ପ୍ରମୁଖ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.