ETV Bharat / state

କାଲିଠୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ; କୋଟିଏ ଟାର୍ଗେଟ

ଗୋପବନ୍ଧୁ ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ସଦସ୍ୟ ସଂଗ୍ରହ ଅଭିଯାନ । ପୂର୍ବାହ୍ନ 11 ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ ।

author img

By ETV Bharat Odisha Team

Published : 3 hours ago

Updated : 1 hours ago

BJD membership drive
BJD membership drive (ETV Bharat Odisha)

ଭୁବନେଶ୍ୱର: ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଆସିଛି । ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀରୁ ଦଳ ଅଭିଯାନ ଆରମ୍ଭ କରିବ । ପୂର୍ବାହ୍ନ 11 ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସଦର ମହକୁମା ଓ ଜିଲ୍ଲାରୁ ଦଳର ନେତା ଅନଲାଇନରେ ଯୋଡି ହେବ । ଉଭୟ ଫିଜିକାଲି ଓ ଡିଜିଟାଲି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ । ଦଳ 1 କୋଟି ସଦସ୍ୟ ସଂଗ୍ରହ ଟାର୍ଗେଟ ରଖିଛି ।

କୋଟିଏ ସଦସ୍ୟ ଲକ୍ଷ୍ୟରେ ବିଜେଡ଼ି :-
ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଦଳ ପାଖରେ ଥିବା ତଥ୍ୟ ଅନୁସାରେ ଗତଥର 1 କୋଟି 91 ହଜାର 915 ଜଣ ପ୍ରାଥମିକ ସଦସ୍ୟ ଥିଲେ । ସେଥିରୁ ପ୍ରାୟ 4 ଲକ୍ଷ ସକ୍ରିୟ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କିଏ ଅଛନ୍ତି, କାହାର ଦେହାନ୍ତ ମଧ୍ୟ ହୋଇଛି । ଯୁବ ସଦସ୍ୟଙ୍କୁ ସାମିଲ ଲାଗି ଦଳର ସଭାପତି ଗୁରୁତ୍ୱ ଦେଉଛନ୍ତି । ସେ ସବୁ ଦେଖି ଦେଖି କୋଟିଏ ଯାଏଁ ସଦସ୍ୟ କରିବୁ । ପଦଯାତ୍ରାରେ କିଛି ନୂଆ ଯୁବକ ଆମ ସହ ଯୋଡି ହୋଇଛନ୍ତି । ସଫଳତାର ପ୍ରଥମ ପର୍ଯ୍ୟାୟର ପଦଯାତ୍ରା ଶେଷ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରାରେ ଗ୍ରାମାଞ୍ଚଳକୁ ଗୁରୁତ୍ୱ ଦିଆଯିବ । ଆସନ୍ତାକାଲି ସଦସ୍ୟ ସଂଗ୍ରହ ଅଭିଯାନକୁ ଆମ ନେତା ଶୁଭାରମ୍ଭ କରିବା ପରେ ଏହାକୁ ଆଗକୁ ନିଆଯିବ ।"

ଫିଜିକାଲି ଓ ଡିଜିଟାଲି ହେବ ଅଭିଯାନ :-
ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନର ଆବାହକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ସବୁବେଳେ ଗୁରୁତ୍ୱ ଦେଇଆସିଛି । ସେହି କ୍ରମରେ ଗୋପବନ୍ଧୁ ଜୟନ୍ତୀ ପରି ପବିତ୍ର ଦିନରେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲି ପୂର୍ବାହ୍ନ 11 ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହା ସହ ରାଜ୍ୟର ସମସ୍ତ ସଦର ମହକୁମାରେ ଏକା ସମୟରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବେ । ସଦସ୍ୟ ସଂଗ୍ରହ ଅଭିଯାନ ଉଭୟ ଫିଜିକାଲି ଓ ଡିଜିଟାଲି ହେବ ।

ଏହା ବି ପଢନ୍ତୁ-

ଏହା ବି ପଢନ୍ତୁ- ଜନସମ୍ପର୍କ ବଢାଇବାକୁ ବିଜେଡିର ବଡ଼ ଯୋଜନା, 2 ପର୍ଯ୍ୟାୟରେ ପଦଯାତ୍ରା - Jana Sampark Padayatra

ଅଭିଯାନରେ ମହିଳା, ଯୁବ ଓ ଛାତ୍ରଙ୍କୁ ଗୁରୁତ୍ୱ :-
ସେ ଆହୁରି ମଧ୍ୟ କହିଛନ୍ତି, "ଜିଲ୍ଲାସ୍ତରରେ ଦଳର ନେତା, ଜିଲ୍ଲା ସଭାପତି, ବିଧାୟକ, ସାଂସଦ ଓ ଛାମୁଆ ସଂଗଠନର କର୍ମକର୍ତ୍ତା ସାମିଲ ହେବେ । ଜିଲ୍ଲାରୁ ସମସ୍ତେ ଅନଲାଇନ ଯୋଗେ ଯୋଡି ହେବ । ପରବର୍ତ୍ତୀ ସମୟରେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକୁ ଆଗେଇ ନିଆଯିବ । ପୂର୍ବରୁ ଏହି କାର୍ଯ୍ୟକ୍ରମରେ ସଫଳତା ସହ 1 କୋଟି ପ୍ରାଥମିକ ଓ 3.40 ଲକ୍ଷ ସକ୍ରିୟ ସଦସ୍ୟଙ୍କୁ ଯୋଡ଼ା ଯାଇଥିଲା । ଛାତ୍ର, ଯୁବ ଓ ମହିଳା ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଗିରୁତ୍ୱ ଦିଆଯାଉଛି । ସେମାନେ ଏହି କାର୍ଯ୍ୟକ୍ରମରେ ଆଗରେ ରହିବେ । ପୂଜା ପରେ ଏହି କାର୍ଯ୍ୟକ୍ରମକୁ ଆହୁରି ଭଲ ଭାବେ ଆଗେଇ ନିଆଯିବ ।"

ବିଜେଡି ଓଡିଶାବାସୀଙ୍କ ସେବାରେ ସମର୍ପିତ :-
ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରିତା କମିଟିର ଆବାହକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ଆମେ ସମର୍ପିତ । ବର୍ତ୍ତମାନ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି । ଏହାକୁ ସୁଚାରୁ ରୂପ କାର୍ଯ୍ୟକାରୀ କରିବାକୁ ଆମେ ସଂକଳ୍ପବଦ୍ଧ । ଦଳକୁ ତୃଣମୂଳ ସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ କରି ଗଢି ତୋଳିବା ଲାଗି ଦୁଇଟି ପର୍ଯ୍ୟାୟରେ ଜନ ସମ୍ପର୍କ ପଦଯାତ୍ରା ହେଉଛି । ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ଆମକୁ ଅଦ୍ଭୂତପୂର୍ବ ସଫଳତା ମିଳିଛି ।

ପଦଯାତ୍ରାରେ ହେବ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ:-
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ 22 ଜିଲ୍ଲାରେ ସରିଛି । ଅକ୍ଟୋବର 21 ରୁ ଦଳର ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହେବ । ବିଜୁ ଜନତା ଦଳ ପଦଯାତ୍ରା ଜରିଆରେ ଲୋକଙ୍କ ସହ ଯୋଡି ହେଉଛି । ନବୀନ ସରକାରଙ୍କ ସମୟର ବିକାଶ କାର୍ଯ୍ୟକ୍ରମର ବାର୍ତ୍ତା ଲୋକଙ୍କ ପାଖରେ ପହଁଚାଉଛୁ । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମେ କାର୍ଯ୍ୟକ୍ରମ ଜାରି ରଖିବୁ । ପଦଯାତ୍ରାକୁ ସଫଳ କରିଥିବାରୁ ବିଜେଡିର ତୃଣମୂଳ କର୍ମୀଙ୍କୁ ଧନ୍ୟବାଦ ।"

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.