ETV Bharat / state

‘ହରିୟାଣା ଫଳାଫଳ ସୂଚାଉଛି ଆଗାମୀ ଦିନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ମଧ୍ୟ ବିଜେପିର ହେବ’

ହରିୟାଣା ସମେତ ଜମ୍ମୁ-କଶ୍ମୀରରେ ଭୋଟ୍ ଗଣତି ଶେଷ ହୋଇଛି । ହରିୟାଣାରେ ବିଜେପି ବିଜୟୀ ଥିବାବେଳେ ଜମ୍ମୁ-କଶ୍ମୀରରେ ଇଣ୍ଡିମେଣ୍ଟ ଆଗରେ ରହିଛି ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

Haryana election result
Haryana election result (ETV Bharat Odisha)

ଭୁବନେଶ୍ୱର: ହରିୟାଣା ଫଳାଫଳ ସୂଚାଉଛି ଯେ, ଆଗାମୀ ଦିନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ମଧ୍ୟ ବିଜେପିର ହେବ । ଜମ୍ମୁ କାଶ୍ମୀରରେ ବି ଫଳାଫଳ ସେମିତି କିଛି ଖରାପ ହୋଇନାହିଁ । ଜମ୍ମୁ କାଶ୍ମୀରରେ ଦଳର ପ୍ରଦର୍ଶନ କିଛି କମ୍ ହୋଇଛି । କିନ୍ତୁ ସେଠାରେ ଲୋକ ମାନେ ଭାରତ ସରକାର ଓ ଗଣତନ୍ତ୍ର, ସମ୍ବିଧାନକୁ ବିଶ୍ୱାସ କରି ଭୋଟ ଦେଇଛନ୍ତି ବୋଲି ହରିୟଣା-ଜମ୍ମୁ-କଶ୍ମୀର ଫଳାଫଳ ଆସିବା ପରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା । ଆଜି (ମଙ୍ଗଳବାର) ହରିୟାଣା ସମେତ ଜମ୍ମୁ-କଶ୍ମୀରରେ ଭୋଟ୍ ଗଣତି ହେଉଛି । ହରିୟାଣାରେ ବିଜେପି ଆଗରେ ଥିବାବେଳେ ଜମ୍ମୁ-କଶ୍ମୀରରେ ଇଣ୍ଡିମେଣ୍ଟ ଆଗରେ ରହିଛି ।

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, "ହରିୟାଣା ଫଳାଫଳ ସୂଚାଉଛି ଯେ, ଆଗାମୀ ଦିନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ମଧ୍ୟ ବିଜେପିର ହେବ । ଜମ୍ମୁ କାଶ୍ମୀରରେ ବି ଫଳାଫଳ ସେମିତି କିଛି ଖରାପ ହୋଇନାହିଁ । ଜମ୍ମୁ କାଶ୍ମୀରରେ ଦଳର ପ୍ରଦର୍ଶନ କିଛି କମ୍ ହୋଇଛି । କିନ୍ତୁ ସେଠାରେ ଲୋକ ମାନେ ଭାରତ ସରକାର ଓ ଗଣତନ୍ତ୍ର, ସମ୍ବିଧାନକୁ ବିଶ୍ୱାସ କରି ଭୋଟ ଦେଇଛନ୍ତି । ଏହା ସୂଚାଉଛି ଯେ ସେମାନେ ଭାରତରେ ରହିବା ପାଇଁ ଚାହୁଁଛନ୍ତି । ଦେଶର ପ୍ରଗତିରେ ସାମିଲ ହେବା ପାଇଁ ସେମାନେ ଇଚ୍ଛୁକ । କିନ୍ତୁ କିଛି ସୀମା ପାର ଆତଙ୍କବାଦୀ ଏବଂ ଅନ୍ୟାନ୍ୟ ସଙ୍ଗଠନ ମାନେ ସେମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ନିର୍ବାଚନ ଏହାର ଜବାବ । ବିଜେପି ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ପାଇ ନପାରେ । କିନ୍ତୁ ସଫଳ ନିର୍ବାଚନ ମଧ୍ୟ ଆମ ପାଇଁ ଗୋଟିଏ ଉପଲବ୍ଧି ।"

ଏହା ବି ପଢନ୍ତୁ- ହରିୟାଣା ଜନାଦେଶ: ମୈଦାନରେ ସମ୍ପର୍କ ଲଢେଇ, ଜିତିଲେ ଶ୍ବଶୁର, ହାରିଲା ନାତୁଣି

ହରିୟାଣାରେ ଶୈଲଜା ଫ୍ୟାକ୍ଟର କାମ କଲା । ଯେହେତୁ ଜଣେ ଆଦିବାସୀ ମହିଳାଙ୍କୁ ଯେଉଁ ପ୍ରକାର ଅପଦସ୍ତ କରାଗଲା । ଆଉ ହୁଡ଼ାଙ୍କ ହୁଡ଼ଙ୍ଗଗିରିରେ ଲୋକ ଅତିଷ୍ଠ ହୋଇଯାଇଥିଲେ । ତେଣୁ ଲୋକ ମାନେ ଶିକ୍ଷା ଦେବା ପାଇଁ ସ୍ଥିର କଲେ । ଆଉ ବିଜେପିକୁ ସୁଯୋଗ ଦେଇଛନ୍ତି । ଏସସି ଏସଟି ଭୋଟ ପାଇଁ କଂଗ୍ରେସ ଯେଉଁ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା, ଯେ ବିଜେପି ସମ୍ବିଧାନକୁ ପରିବର୍ତ୍ତନ କରିଦେବେ, ସମ୍ବିଧାନ ଅନୁସାରେ କାମ କରୁନାହାନ୍ତି । ଏ ପ୍ରକାର ବାତାବରଣ କଂଗ୍ରେସ ତିଆରି କରୁଥିଲା, କିନ୍ତୁ ତାହା ଆଉ ନାହିଁ । କଂଗ୍ରେସ ବିଫଳ ହୋଇଛି ।

ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, "ହରିୟାଣାରେ ସବୁଠୁ ଭଲ ପରିଣାମ ଆସିବାକୁ ଯାଉଛି । ମୋଦିଙ୍କ ଗ୍ୟାରେଣ୍ଟିକୁ ହରିୟାଣାରେ ଆଶୀର୍ବାଦ ମିଳିବାକୁ ଯାଉଛି । ଯାହା ପରିଣାମ ଆସୁଛି ଦେଶ ଏବଂ ବିଜେପି ପାଇଁ ବହୁତ ଖୁସିର ଖବର । ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ନେତା ଯେଉଁମାନେ ଦାୟିତ୍ୱରେ ଥିଲେ ତାଙ୍କର ବଡ଼ ପ୍ରୟାସ ଏବଂ ହରିୟାଣା ଜନତା ଯେଉଁମାନେ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି ସବୁ ଶ୍ରେୟ ସେମାନଙ୍କୁ । ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କର ଟିମ କାମରେ ଲାଗିଥିଲେ, ତାଙ୍କ ପ୍ରୟାସ ଏ ସଫଳତା ଆଣିଛି । ଯେତେବେଳେ କେହି ଭାବୁ ନଥିଲେ ଏଭଳି ଫଳାଫଳ ଆସିବ, ସେତେବେଳେ ଏମିତି ଫଳାଫଳ ଆସିଛି । ଏହାର ପ୍ରଭାବ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଝାରଖଣ୍ଡରେ ନିର୍ବାଚନରେ ପଡ଼ିବ ଏବଂ ବିଜେପି ସରକାରକୁ ଆସିବ ।"

ପୃଥୀରାଜ ହରିଚନ୍ଦନ କହିଛନ୍ତି, "ସୁଶାସନର ଯେଉଁ ସମର୍ଥନ ଲୋକମାନଙ୍କ ଭିତରେ ଥାଏ। ଏବଂ ଏହା ଭୋଟରେ ପ୍ରତିଫଳିତ ହୁଏ। ଯାହାବି ଫଳାଫଳ ଆସିବ ସୁଶାସନର ସପକ୍ଷରେ ଆସିବ ।"

ହରିୟାଣା ଜନାଦେଶ-
ଆସିସାରିଛି ହରିୟାଣା ଜନାଦେଶ । ବୁଥ ବାହୁଡା ମତର ସବୁ ଆକଳନକୁ ଫେଲ କରିଛି ଫଳାଫଳ । ହରିୟାଣାର ୯୦ ବିଧାନସଭା ଆସନରୁ ୪୮ ଆସନରେ ବାଜିମାତ କରିଛି ପଦ୍ମ ଦଳ । ସେହିପରି କଂଗ୍ରେସକୁ ୩୭ ଆସନ ମିଳିଥିବା ବେଳେ ଭାରତୀୟ ଜାତୀୟ ଲୋକଦଳକୁ ୨ ଓ ସ୍ବାଧୀନ ଖାତାକୁ ୩ ଆସନ ଯାଇଛି । ଲଗାତର ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.