ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ଏବଂ ଇମରାନ ହାସମିଙ୍କ ଅଭିନୀତ ମିଷ୍ଟ୍ରି-ଥ୍ରୀଲର ଚଳଚ୍ଚିତ୍ର 'ଚେହେରେ' ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ ।
ଏବେ ଅମିତାଭଙ୍କ ଫିଲ୍ମ 'ଚେହେରେ'ର ଅଫିସିଆଲ ପୋଷ୍ଟର ସାମ୍ମନାକୁ ଆସିଛି । ଫିଲ୍ମର ଟ୍ରେଲର 18 ମାର୍ଚ୍ଚରେ ରିଲିଜ ହେବ ଏବଂ ଫିଲ୍ମ 9 ଏପ୍ରିଲରେ ରିଲିଜ ହେବ ବୋଲି ଆଶା କରାଯାଉଛି ।
-
AMITABH - EMRAAN: #CHEHRE TRAILER... New poster of #Chehre, featuring #AmitabhBachchan... Trailer drops on 18 March 2021... Costars #EmraanHashmi... Directed by Rumy Jafry... Produced by Anand Pandit and Saraswati Entertainment P Ltd... 9 April 2021 release. pic.twitter.com/Jvd6qbVzNu
— taran adarsh (@taran_adarsh) March 15, 2021 " class="align-text-top noRightClick twitterSection" data="
">AMITABH - EMRAAN: #CHEHRE TRAILER... New poster of #Chehre, featuring #AmitabhBachchan... Trailer drops on 18 March 2021... Costars #EmraanHashmi... Directed by Rumy Jafry... Produced by Anand Pandit and Saraswati Entertainment P Ltd... 9 April 2021 release. pic.twitter.com/Jvd6qbVzNu
— taran adarsh (@taran_adarsh) March 15, 2021AMITABH - EMRAAN: #CHEHRE TRAILER... New poster of #Chehre, featuring #AmitabhBachchan... Trailer drops on 18 March 2021... Costars #EmraanHashmi... Directed by Rumy Jafry... Produced by Anand Pandit and Saraswati Entertainment P Ltd... 9 April 2021 release. pic.twitter.com/Jvd6qbVzNu
— taran adarsh (@taran_adarsh) March 15, 2021
ସୋସିଆଲ ମିଡିଆ ଜରିଆରେ ଉଭୟ କଳାକାର ଟ୍ରେଲର ରିଲିଜ ତାରିଖ ପ୍ରକାଶ କରିଛନ୍ତି। ଏଥିସହିତ ଉଭୟ କଳାକାର ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ କେବଳ ଅମିତାଭ ବଚ୍ଚନ ନଜର ଆସିଛନ୍ତି।
ପୋଷ୍ଟରେ ଲେଖିଛନ୍ତି, "'ଚେହେରେ'ର ଟ୍ରେଲର ମାର୍ଚ୍ଚ 18 ରେ ରିଲିଜ ହେବ। ଏପ୍ରିଲ 9 ରେ ପ୍ରେକ୍ଷାଳୟରେ ଫିଲ୍ମ ଦେଖନ୍ତୁ" । ଟ୍ରେଡ ଆନାଲିଷ୍ଟ
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ 'ଚେହେରେ'ର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି, 'ଚେହେରେ'ର ନୂଆ ପୋଷ୍ଟର ।
ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଚଳଚ୍ଚିତ୍ରରେ ଅନ୍ନୁ କପୁର, କ୍ରିଷ୍ଟଲ ଡି’ସୁଜା, ରଘୁବୀର ଯାଦବ ଏବଂ ସିଦ୍ଧାନ୍ତ କପୁର ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରରେ କ୍ରିଷ୍ଟାଲ୍ ଡି’ସୁଜାଙ୍କ ସହ ରିଆ ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ କରିଛନ୍ତି। ତେବେ ପୋଷ୍ଟର କିମ୍ବା ଟିଜରରେ ଏପର୍ଯ୍ୟନ୍ତ ରିଆଙ୍କ କୌଣସି ଝଲକ ଦେଖିବାକୁ ମିଳିନାହିଁ।