ହାଇଦ୍ରାବାଦ: ଶେଷ ହେଲା ଫିଲ୍ମ ଛପାକର ସୁଟିଂ । ମେଘନା ଗୁଲଜାରଙ୍କ ଛପାକରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ମସ୍ତାନୀ ଦୀପିକା ପାଦୁକୋନ । ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ଏସିଡ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘ଛପାକ’ ।
ଫିଲ୍ମଟି ଦୀପିକାଙ୍କ ପାଇଁ ବହୁତ ଖାସ । ତେବେ ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଟିଂ ଶେଷ ହେବାର ଖବର ଦେଇଛନ୍ତି । ଏହାସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିଲେ ଫିଲ୍ମର ସମ୍ପୂର୍ଣ୍ଣ କାଷ୍ଟ ନଜର ଆସିଥିଲେ ।
ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରଠୁ ଦର୍ଶକ ଏହାକୁ କାଫି ପସନ୍ଦ କରିଥିଲେ । ବିବାହ ପରେ ଦୀପିକାଙ୍କର ଏହା ପ୍ରଥମ ଫିଲ୍ମ । ଶେଷ ଥର ଦୀପିକା ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିଲେ । ତେବେ ଫିଲ୍ମ ‘ଛପାକ’ 10 ଜାନୁଆରୀ 2020ରେ ରିଲିଜ ହେବ ।