ETV Bharat / sitara

କିଏ ହାରେ ତ କିଏ ଜିତେ... - kiran kher

ସରିଛି ନିର୍ବାଚନ ଆସିଛି ଫଳାଫଳ । 2019 ଆସନରେ ବସିଲେ ଅନେକ ସେଲିବ୍ରିଟି ତ' ଆଉ କେତେ ହାତେଇପାରିଲେନି ଆସନ । ବଲିଉଡଠୁ ଆରମ୍ଭ କରି ଓଲିଉଡ ଯାଏଁ ନିର୍ବାଚନ ମଇଦାନରେ ଓହ୍ଲେଇଥିଲେ ଅନେକ । ତେବେ କିଏ ଜିତିଲା ତ କିଏ ହାରିଲା ।

ଡିଜାଇନ ଫଟୋ
author img

By

Published : May 29, 2019, 3:23 PM IST

ହାଇଦ୍ରାବାଦ: ସରିଛି 2019 ନିର୍ବାଚନ । ଖୋଲିଛି ନେତାଙ୍କ ଭାଗ୍ୟର ପେଡି । ନିର୍ବାଚନ ମଇଦାନରେ କେତେ ହେଇଛନ୍ତି ସଫଳ ତ' କେତେ ହାରିବାର ସ୍ବାଦ ଚାଖିଛନ୍ତି । ତେବେ ଏଥର ମଇଦାନରେ ସେଲିବ୍ରିଟି ନିର୍ବାଚନ କାଫି ପପୁଲାର ଓ ମଜାଦାର ଥିଲା ।

ଏଥରକ ନିର୍ବାଚନରେ ଆମେଥିର ଆସନ ଜିତି ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଦେଇଥଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ । କଂଗ୍ରେସର ଗଡ ଭାବରେ ପରିଚିତ ଆମେଥିକୁ 55,000ଭୋଟରେ ଜିତିଛନ୍ତି ସ୍ମୃତି ଇରାନୀ । 2004ରୁ ଉତ୍ତରପ୍ରେଦଶର ଆମଥି କଂଗ୍ରେସ ହାତମୁଠାରେ ଥିଲା ମାତ୍ର 2019 ନିର୍ବାଚନ ଏହି ଧାରାରେ ପରିବର୍ତ୍ତନ ଆଣିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ତେବେ କିଛି ଦିନ ତଳେ ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗ ଦେଇ ଗୁରୁଦାସପୁରରୁ ଲୋକସଭା ଆସନ ପାଇଁ ଲଢିଥିଲେ। ଗୁରୁଦାସପୁରର ସିଟ ସବୁବେଳେ ବଲିଉଡ ହାତରେ ରହିଛି । ଏଥରକ ମଧ୍ୟ ବଲିଉଡ ଷ୍ଟାର ସନ୍ନି ଦେଓଲ ବହୁମତରେ ବିଜୟ ହାସଲ କରିଛନ୍ତି । ପ୍ରଥମ ଥର ନିର୍ବାଚନ ଲଢି କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡାଙ୍କୁ ହରେଇଛନ୍ତି ସନ୍ନି ।

କ୍ରିଷ୍ଣାଙ୍କ ନଗରୀ ମଥୁରାରେ ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିଛନ୍ତି ଡ୍ରିମ ଗାର୍ଲ ହେମାମାଳିନି । ପ୍ରାୟ 2,93,471ଭୋଟରେ ଆରଏଲଡିର ପ୍ରାର୍ଥୀ କୁନୱାର ନରେନ୍ଦ୍ର ସିଂଙ୍କୁ ହରେଇଛନ୍ତି ହେମା । 2014ରେ ମଧ୍ୟ ପ୍ରାୟ ତିନି ଲକ୍ଷ ଭୋଟରେ ଜୟନ୍ତ ଚୌଧୁରୀଙ୍କୁ ହରାଇ ବିଜୟୀ ହୋଇଥିଲେ ।

ବଲିଉଡର ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ଉତ୍ତର ମୁମ୍ବାଇରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବରେ ଲଢୁଥିଲେ ଓ ତାଙ୍କ ମୁକାବିଲା କରୁଥିଲେ ବିଜେପି ସାଂସଦ ଗୋପାଳ ସେଟ୍ଟୀ । ମାତ୍ର ଉତ୍ତରମୁମ୍ବାଇର ଆସନକୁ ନିଜ ହାତ ମୁଠାକୁ ଆଣିପାରିନଥିଲେ ଉର୍ମିଳା । ଭୋଟଗଣତି ଆରମ୍ଭରୁ ଉର୍ମିଳାଙ୍କ ହାର ସ୍ପଷ୍ଟ ଜଣାପଡୁଥିଲା । ତେବେ ଉର୍ମିଳା ଏଥିପାଇଁ ଇଭିଏମକୁ ଦୋଷ ଦେଇଥିଲେ ।

ଚଳିତ ବର୍ଷ ପାଟଣା ସାହିବରେ କଂଗ୍ରେସରୁ ନିର୍ବାଚନ ଲଢୁଥିଲେ ଅଭିନେତା ଶତ୍ରୁଘ୍ନ ସିହ୍ନା । ମାତ୍ର ଶତ୍ରୁଘ୍ନଙ୍କୁ ମଧ୍ୟ ଖାମୋସ ହେବାକୁ ପଡିଛି ଓ ପାଟଣାକୁ ହାତମୁଠାକୁ ନେଇଛନ୍ତି ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ । ତେବେ ନିର୍ବାଚନରେ ପଛରେ ନଥିଲେ ଶତ୍ରୁଘ୍ନଙ୍କ ପତ୍ନୀ ପୁନମ ସିହ୍ନା । ଲକ୍ଷ୍ନୌ ଆସନରୁ କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ଓପୋଜିଟରେ ନିର୍ବାଚନ ଲଢୁଥିଲେ ପୁନମ ମାତ୍ର ପ୍ରାୟ 3ଲକ୍ଷ ଭୋଟରେ ପୁନମଙ୍କୁ ହରାଇଛନ୍ତି ରାଜନାଥ ସିଂ ।

ରାମପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଥିଲେ ଅଭିନେତ୍ରୀ ଜୟା ପ୍ରଦା କିନ୍ତୁ ଆଜମ ଖାନଙ୍କୁ ହରାଇବାରେ ଅସଫଳ ହୋଇଥିଲେ ଜୟା ଓ ଶେଷରେ ଏକ ଲକ୍ଷ ଭୋଟରେ ଜିତିଥିଲେ ସମାଜବାଦୀ ଦଳର ଆଜମ ଖାନଙ୍କଠୁ । ତେବେ ଏଥରକ ଅଧିକ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ କିରଣ ଖେର । ଚଣ୍ଡିଗଡ ଆସନରେ ବିଜେପିରୁ କିରଣ ବହୁମତରେ ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ପବନ କୁମାର ଭଂସଲଙ୍କୁ ପ୍ରାୟ 46,970ଭୋଟରେ ହରାଇଛନ୍ତି କିରଣ ।

ଭୋଜପୁରୀ ସୁପରଷ୍ଟାର ରବି କିଶନ ଚଳିତ ବର୍ଷ ଗୋରଖପୁରରୁ ନିର୍ବାଚନ ଲଢୁଥିଲେ । ତେବେ ଯୋଗୀ ଆଦିତ୍ୟନାଥଙ୍କ ପାରମ୍ପାରିକ ଆସନକୁ ପ୍ରାୟ 7 ଲକ୍ଷ ଭୋଟରେ ଜିତିଛନ୍ତି ରବି କିଶନ । ସମାଜବାଦୀ ଦଳର ପ୍ରାର୍ଥୀ ରାମଭୁଆଲ ନିଶାଦଙ୍କୁ ହରେଇଛନ୍ତି ରବି କିଶନ । ଅନ୍ୟପକ୍ଷେ ଅଭିନେତା ମନୋଜ ତିୱାରୀ ଉତ୍ତର ଦିଲ୍ଲୀରୁ ବିଜୟ ହାସର କରିଛନ୍ତି । ପ୍ରାୟ 3,66,102ଭୋଟରେ କଂଗ୍ରେସ ପ୍ରାର୍ଥୀ ଶିଲା ଦିକ୍ଷିତଙ୍କୁ ପଛରେ ପକାଇ ଜିତ ହାସଲ କରିଛନ୍ତି ମୋନଜ ।

ବାଙ୍ଗାଲୋର ସେଣ୍ଟାଲରୁ ନିର୍ବାଚନ ଲଢୁଥିବା ସାଉଥ ଅଭିନେତା ପ୍ରକାଶ ରାଜ ଶେଷରେ ନିର୍ବାଚନ ହାରିଛନ୍ତି । ବିଜେପି ପ୍ରାର୍ଥୀ ପିସି ମୋହନଙ୍କଠୁ ପ୍ରାୟ 23,980ଭୋଟରେ ହାରିଛନ୍ତି ପ୍ରକାଶ । କେନ୍ଦ୍ରାପଡାରୁ ଲୋକସଭା ପ୍ରାର୍ଥୀ ଭାବରେ ବିଜେଡିରୁ ନିର୍ବାଚନ ଲଢୁଥିବା ଅଭିନେତା ଅନୁଭବ ମହାନ୍ତି ବହୁମତରେ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ 6.5ଲକ୍ଷ ଭୋଟରେ ହରାଇଛନ୍ତି ଅନୁଭବ ।

ସେହିପରି ଦିଗପହଣ୍ଡିରୁ ନିର୍ବାଚନ ଲଢିଥିଲେ ଅଭିନେତ୍ରୀ ପିଙ୍କି ପ୍ରଧାନ । ବିଜେପି ଆଶାୟୀ ପ୍ରାର୍ଥୀ ଭାବରେ ଲଢିଥିଲେ ମାତ୍ର ବିଜେଡି ପ୍ରାର୍ଥୀ ସୁର୍ଯ୍ୟ ନାରାୟଣ ପାତ୍ରଙ୍କୁ ହରାଇ ପାରିନଥିଲେ । ଉତ୍ତର ଭୁବନେଶ୍ବରରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି । ବିଜେପୁର ନିର୍ବାଚନ ସମୟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଅପରାଜିତା । ମାତ୍ର ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କୁ ହରାଇପାରିନଥିଲେ ।

Intro:Body:

dfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.