ETV Bharat / sitara

ଡିଡିଏଲଜେ@25, ଲଣ୍ଡନରେ ଉନ୍ମୋଚନ ହେବ ଶାହରୁଖ-କାଜଲଙ୍କ ପ୍ରତିମୂର୍ତ୍ତି

ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଲଣ୍ଡନରେ ଦେଖିବାକୁ ମିଳିବ ବଲିଉଡର ବେଷ୍ଟ ଯୋଡି ଶାହରୁଖ ଓ କାଜଲଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 19, 2020, 4:15 PM IST

ମୁମ୍ବାଇ: 25 ବର୍ଷ ଧରି, ରାଜ ଏବଂ ସିମରନଙ୍କ କାହାଣୀ ସାରା ବିଶ୍ବରେ ହିନ୍ଦୀ ସିନେ ପ୍ରେମୀଙ୍କ ହୃଦୟରେ ଯାଦୁ ଦେଖାଇ ଆସୁଛି । ଏହା ହେଉଛି ଶାହରୁଖ ଖାନ ଓ କାଜଲଙ୍କ ରୋମାଣ୍ଟି ଡ୍ରାମା ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ତଥା ଡିଡିଏଲଜେ । ଫିଲ୍ମ ରିଲିଜକୁ ମଙ୍ଗଳବାରେ 25 ବର୍ଷ ପୂରଣ ହେବ । ଯାହାର ସେଲିବ୍ରେଶନ କେବଳ ମୁମ୍ବାଇରେ ନୁହେଁ ଲଣ୍ଡନରେ ମଧ୍ୟ କରାଯିବ। ଏହି ଉତ୍ସବକୁ ପାଳନ କରିବା ପାଇଁ ଲଣ୍ଡନ ଲିସେଷ୍ଟର ସ୍କୋୟାରରେ ଶାହରୁଖ ଓ କାଜଲଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି।

ହାର୍ଟ ଅଫ୍ ଲଣ୍ଡନ ବିଜନେସ୍ ଏଲାଇନ୍ସ ରବିବାର ଦିନ ପ୍ରକାଶ କରିଛି ଯେ ଫିଲ୍ମ ‘ଡିଡିଏଲଜେ’ର ଏକ ଦୃଶ୍ୟ ‘ସିନ୍ସ ଇନ ଦ ସ୍କୋୟାର’ରେ ରଖାଯିବ। ବ୍ରିଟେନରେ ସ୍ଥାପିତ ହେବାକୁ ଥିବା ଏକ ଭାରତୀୟ ସିନେମାର ଏହା ପ୍ରଥମ ଏବଂ ଅନନ୍ୟ ପ୍ରତିମୂର୍ତ୍ତି ହେବ। ଏହି ଘୋଷଣା ପରେ ୟଶ ରାଜ ଫିଲ୍ମସ୍ ପ୍ରତିଷ୍ଠା ହେବାର 50 ବର୍ଷ ପାଳନ କରିବାର ଖୁସି ଦ୍ବିଗୁଣିତ ହୋଇଛି।

ଆଦିତ୍ୟ ଚୋପ୍ରାଙ୍କ ଲିଖିତ ତଥା ନିର୍ଦ୍ଦେଶିତ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ରିଲିଜ ସମୟରେ ସମସ୍ତ ବକ୍ସ ଅଫିସ୍ ରେକର୍ଡକୁ ଭାଙ୍ଗି ଦେଇଥିଲା ଏବଂ ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମା ଇତିହାସରେ ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ ମଧ୍ୟରେ ଗଣିତ ହୋଇଛି। ସେହିପରି ଏକ ସିନେମାହଲରେ ଦୀର୍ଘ ସମୟ ଫିଲ୍ମର ପ୍ରଦର୍ଶନ ହୋଇଥିଲା । ଆସନ୍ତା ବର୍ଷ ଆରମ୍ଭରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଆୟୋଜକ ଆଶା କରୁଛନ୍ତି ଯେ ଶାହରୁଖ ଓ କାଜଲ ମଧ୍ୟ ଏହି ସେଲିବ୍ରେଶନରେ ଯୋଗ ଦେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.