ETV Bharat / sitara

‘ଇଣ୍ଡିଆନ-2’ ସେଟରେ ଦୁର୍ଘଟଣା; 3 ମୃତ, 10 ଆହତ

author img

By

Published : Feb 20, 2020, 2:13 PM IST

କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ-2’ ସେଟରେ ଦୁଃଖଦ ଘଟଣା । କ୍ରେନ ପଡି 3 ମୃତ 10 ଆହତ । 1996ରେ ରିଲିଜ ହୋଇଥିବା ‘ହିନ୍ଦୁସ୍ତାନୀ’ ଫିଲ୍ମର ଏହା ସିକ୍ବେଲ ଫିଲ୍ମ ।

movie set indian-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ

ମୁମ୍ବାଇ: ତାମିଲ ସୁପରଷ୍ଟାର କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ-2’ ବର୍ତ୍ତମାନ ଚର୍ଚ୍ଚାରେ। ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଏକ୍ସାଇଟେଡ ଦର୍ଶକ। ଇତିମଧ୍ୟରେ ଫିଲ୍ମ ସେଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ନିରାଶ ହୋଇଯାଇଛନ୍ତି ପୁରା ଫିଲ୍ମ ଟିମ। ଚେନ୍ନାଇ ସୁଟିଂ ସମୟରେ କ୍ରେନ ପଡିବାରୁ 3 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 10ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ସ୍ଥାନାୟୀ ମେଡିକାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣା ସମୟରେ ସେଟରେ ଉପସ୍ଥିତ ଥିଲେ କମଲ । ଆହତ ଲୋକଙ୍କୁ ମେଡିକାଲ ନେବାରେ ସେ କ୍ରୁ ମେମ୍ବରଙ୍କୁ ସହଯୋଗ ମଧ୍ୟ କରିଥିଲେ ।

ପ୍ରକାଶ ଥାଉକି ଫିଲ୍ମର ସୁଟିଂ ଚେନ୍ନାଇ EVP ଷ୍ଟୁଟିଓରେ ଚାଲିଥିଲା । ଏହି ଦୁର୍ଘଟଣାରେ ମଧୁ(29), ଚନ୍ଦ୍ରନ(60) ଓ କ୍ରିଷ୍ଣା(34)ଙ୍କ ମୃତ୍ୟୁ ହୋଇଛି।

ଯଦି ‘ଇଣ୍ଡିଆନ-2’ ଫିଲ୍ମ ବିଷୟରେ କଥା ହେବା ତେବେ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଏସ ଶଙ୍କର। କିଛି ସମୟ ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଛି। ଯେଉଁଥିରେ କମଲ ନିଜ ପୂର୍ବ ଫିଲ୍ମ ‘ହିନ୍ଦୁସ୍ତାନୀ’ ଲୁକରେ ନଜର ଆସୁଛନ୍ତି । 1996ରେ ରିଲିଜ ହୋଇଥିବା ‘ହିନ୍ଦୁସ୍ତାନୀ’ ଫିଲ୍ମର ଏହା ସିକ୍ବେଲ ଫିଲ୍ମ । ଫିଲ୍ମରେ କମଲଙ୍କ ସହ ସିଦ୍ଧାର୍ଥ ଓ କାଜଲ ଅଗ୍ରବାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.