ETV Bharat / sitara

'ସୁପର 30'ରୁ ହଟିବ ରାମାୟଣ ଡାଇଲଗ !

ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ 'ସୁପର 30'ରେ କରାଯିବ କିଛି ପରିବର୍ତ୍ତନ । ଯାହା ନେଇ ସେନ୍ସର ବୋର୍ଡ ଦେଲା ମେକର୍ସଙ୍କୁ ଆଦେଶ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Jul 10, 2019, 1:51 PM IST

ମୁମ୍ବାଇ: ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଥିବା ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଚର୍ଚ୍ଚିତ ଫିଲ୍ମ 'ସୁପର 30'କୁ ସେନ୍ସର ବୋର୍ଡ ତରଫରୁ U ସାର୍ଟିଫିକେଟ ମିଳିଯାଇଛି । କିନ୍ତୁ ଏହାସହ ଫିଲ୍ମରେ କିଛି ପରିବର୍ତ୍ତନ କରାଯିବାକୁ ଆଦେଶ ଦେଇଛି ସେନ୍ସର ବୋର୍ଡ । ଫିଲ୍ମ ରିଲିଜକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି, ଇତିମଧ୍ୟରେ ସେନ୍ସର ବୋର୍ଡରୁ ନିର୍ମାତାଙ୍କୁ କିଛି ପରିବର୍ତ୍ତନ କରିବାକୁ ପରାର୍ମଶ ମିଳିଛି । ସେନ୍ସର ବୋର୍ଡ ଫିଲ୍ମ ମେକର୍ସଙ୍କୁ ଏକ ଡାଇଲଗରୁ 'ରାମାୟଣ'ର ଗାଥାକୁ ହଟାଇବାର କଥା କହିଛନ୍ତି ।

ସେନ୍ସର ବୋର୍ଡ ନିର୍ଦ୍ଦେଶ ସହ ସମ୍ପୃକ୍ତ ଥିବା ସୂଚନା ତାଙ୍କ ୱେବସାଇଟରେ ଦିଆଯାଇଛି । ଏହା ଅନୁଯାୟୀ ଡାଇଲଗରେ 'ରାମାୟଣ' ଶବ୍ଦ 'ରାଜ ପୁରମ'କୁ ରିପ୍ଲେସ କରିବାର କଥା କୁହାଯାଇଛି । ଏହାବ୍ୟତୀତ ଫିଲ୍ମରୁ ସେହି ସିନକୁ ମଧ୍ୟ ହଟାଇବାକୁ କୁହାଯାଇଛି । ଯେଉଁଥିରେ ଜଣେ ମନ୍ତ୍ରୀ ବାର ଡାନ୍ସରର ପେଟ ଛୁଁ ଥିବାର ଦେଖାଯାଉଛନ୍ତି ।

ପ୍ରକାଶ ଥାଉକି 'ସୁପର 30' ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ହ୍ରିତିକ, ଆନନ୍ଦଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମରେ ହ୍ରିତିକଙ୍କ ଅପୋଜିଟ ଟେଲି ଅଭିନେତ୍ରୀ ମୃଣାଳ ଠାକୁର ନଜର ଆସିବେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.