ହାଇଦ୍ରାବାଦ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ(CBFC) ବର୍ତ୍ତମାନ ଜାରି କରିଛି ନୂଆ ଲୋଗୋ । ନିକଟରେ CBFCର ନୂଆ ଲୋଗୋ ସହ ନୂଆ ସାର୍ଟିଫିକେଟ ମଧ୍ୟ ଲଞ୍ଚ କରାଯାଇଛି । ନୂଆ ଲୋଗୋ ଓ ପ୍ରମାଣ ପତ୍ରର ପରିଚୟ CBFCର ଅଧ୍ୟକ୍ଷ ଦେଇଛନ୍ତି । କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ପ୍ରକାଶ ଜାବଦେକର ଉପସ୍ଥିତ ଥିଲେ ।
ଏହାର ନୂଆ ଡିଜାଇନ ଡିଜିଟାଲ ମିଡିଆ ସହ ସମାନ ହେବ ବୋଲି କହିଛନ୍ତି ବୋର୍ଡର ମୁଖ୍ୟ ପ୍ରସୂନ ଜୋଶୀ । ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରସାରଣ ସଚିବ ଅମିତ ଖେର ମଧ୍ୟ ଉପସ୍ଥିତ ଥିଲେ । ଏହି ସୂଚନା ଦେଇଛନ୍ତି ସମୀକ୍ଷକ ତରନ ଆଦର୍ଶ ।
CBFC ଭାରତରେ ରିଲିଜ ହେଉଥିବା ସମସ୍ତ ଫିଲ୍ମ ପାଇଁ ସାର୍ଟିଫିକେଟ ଜାରି କରେ । ବୋର୍ଡ ଅନୁମତି ବିନା କୌଣସି ଫିଲ୍ମ ରିଲିଜ କରାଯାଇପାରିବ ନାହିଁ ।