ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବାର ଆଠ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କର ପରିବାର ବର୍ଗ ସହିତ ସାରା ବିଶ୍ବରେ ତାଙ୍କର ବନ୍ଧୁ ଏବଂ ସହକର୍ମୀମାନେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ମନେପକାଉଛନ୍ତି ।
ନିକଟରେ, ଚଳଚ୍ଚିତ୍ର ଜୁରାସିକ୍ ୱାର୍ଲ୍ଡରେ ଇରଫାନଙ୍କ କୋ-ଷ୍ଟାର ରହିଥିବା ହଲିଉଡ ଅଭିନେତ୍ରୀ ବ୍ରାଇସ୍ ଡଲାସ୍ ହାୱାର୍ଡ ତାଙ୍କ ସ୍ମୃତିରେ ଏକ ନୋଟ୍ ଲେଖି ସେୟାର କରିଛନ୍ତି । ସେ 2020 ରେ ସବୁଠାରୁ ଲୋକପ୍ରିୟ 9 ସୋସିଆଲ୍ ମିଡିଆ ପୋଷ୍ଟ ସେୟାର କରିଛନ୍ତି ।
ବ୍ରାଇସ୍ ତାଙ୍କର 9 ଟି ଲୋକପ୍ରିୟ ପୋଷ୍ଟର ଏକ କୋଲାଜ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଲେଖିଥିଲେ ଯେ ସେ ଇରଫାନଙ୍କୁ ମିସ କରୁଛନ୍ତି ।
- " class="align-text-top noRightClick twitterSection" data="
">
ବ୍ରାଇସ୍ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ଏକ ସୁଖମୟ ଜୀବନର ମନ୍ତ୍ର ହେଉଛି ସ୍ବିକାର କରିବା ଯେ ତୁମେ ପ୍ରକୃତରେ ନିଜକୁ ନିୟନ୍ତ୍ରଣ କରୁନାହଁ ।
ବ୍ରାଇସ୍ ଆହୁରି ଲେଖିଛନ୍ତି ଯେ, "ଇରଫାନ୍ ସାଇମୋନ୍ ମସରାନିଙ୍କ ଭୂମିକାରେ ଜୁରାସିକ୍ ୱାର୍ଲ୍ଡରେ ଏହା କହିଥିଲେ । 2020 ବର୍ଷ ମଧ୍ୟ ଆମକୁ ଏହି ସମାନ ଶିକ୍ଷା ଦେଇଛି । ମୁଁ ତୁମକୁ ବହୁତ ମିସ୍ କରୁଛି ଇରଫାନ୍" ।
2015 ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜୁରାସିକ୍ ୱାର୍ଲ୍ଡ'ରେ ଇରଫାନ୍ ମସରାନି କରପୋରେସନର ସିଇଓ ତଥା ଜୁରାସିକ୍ ୱାର୍ଲ୍ଡର ମାଲିକ ସାଇମନ୍ ମସରାନି ର ଭୂମିକାରେ ଅଭିନୟ କରିଥିଲେ । ବ୍ରାଇସ୍ ଫିମେଲ ଲିଡ୍ କ୍ଲେୟର୍ ଭୂମିକାରେ ଅଭିନୟ କରିଥିଲେ ।