ମୁମ୍ବାଇ: ବଲିଉଡର ଫେମସ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ଲଣ୍ଡନରେ ବହୁ ଚର୍ଚ୍ଚିତ ଫିଲ୍ମ ‘83’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ବାୟୋପିକ । ଯେଉଁଥିରେ କପିଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର । ସେହିପରି ଦୀପିକା ମଧ୍ୟ କପିଲଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ନଜର ଆସିବେ ।
- " class="align-text-top noRightClick twitterSection" data="
">
ଇତିମଧ୍ୟରେ ରଣବୀର ମଙ୍ଗଳବାର ‘83’ ଟିମରେ ଆଉ ଜଣେ ସଦସ୍ୟଙ୍କୁ ସ୍ବାଗତ କରିଛନ୍ତି । ଆଜ୍ଞା ହଁ, ଏବେ ଫିଲ୍ମରେ ସାମିଲ ହୋଇଛନ୍ତି ଲୋକପ୍ରିୟ ଅଭିନେତା ବୋମାନ ଇରାନୀ । ସେ ଫିଲ୍ମରେ ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଫାରୁଖ ଇଂଜିନିୟରଙ୍କ ଭୂମିକାରେ ଅଭିନୟ କରିବେ ।
ଏହି ଅବସରରେ ରଣବୀର ସୋସିଆଲ ମିଡିଆରେ ଫଟୋ ସେୟାର କରି ବୋମନଙ୍କୁ ସ୍ବାଗତ ଜଣାଇଛନ୍ତି । ସେ ବୋନମ ଓ ଫିଲ୍ମ ନିର୍ଦ୍ଦେଶକ କବୀର ଖାନଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସବୁ ଷ୍ଟାର ଆସିଗଲେ । ଶାନଦାର ମଣିଷ ମଧ୍ୟରେ ଅନ୍ୟତମ । ମୁଁ ଏପରି ଫେମସ ଅଭିନେତାଙ୍କ ସହ ସାକ୍ଷାତ କରିଛି । ଯାହାଙ୍କର ମୁଁ ପ୍ରଥମେ ପ୍ରଶଂସା କରୁଛି । ସେ କୋଟିଏ ମଧ୍ୟରୁ ଗୋଟିଏ ।’
ପ୍ରକାଶ ଥାଉକି ବୋମାନ କିଛି ଦିନ ଫିଲ୍ମର ସୁଟିଂ ଲଣ୍ଡନରେ କରିବେ । ଆଉ ପରେ ସେ ମୁମ୍ବାଇରେ ଟିମ ସହଙ୍କ ସୁଟିଂ ଆରମ୍ଭ କରିବେ ।
‘83’ ଫିଲ୍ମଟି 1983ରେ ପ୍ରଥମଥର ଭାରତ କ୍ରିକେଟ ଟିମ ବିଶ୍ବକପ ଜିତିଥିବା କାହାଣୀକୁ ନେଇ ଆଧାରିତ । ସେହି ସମୟରେ ଭାରତ କ୍ରିକେଟ ଟିମର କ୍ୟାପ୍ଟେନ ଥିଲେ କପିଲ । ରଣବୀରଙ୍କ ବ୍ୟତୀତ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ, ତାହିର ରାଜ ବାସିନ୍, ସାକିବ ସଲୀମ, ଏମି ଭିର୍କ, ଚିରାଗ ପାଟଲି । ଜିଭା ଓ ହାର୍ଡି ସାନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ 10ରେ ରିଲିଜ ହେବ ।