ETV Bharat / sitara

ବାପା ଅନିଲଙ୍କ ବୟସ କମାଇଦେଲେ ପୁଅ, ହସିଲେ ଫ୍ୟାନ୍ସ

କୋରୋନା ଟିକା ନେଇ ପୁଅଙ୍କ କମେଣ୍ଟର ଶିକାର ହେଲେ ଅନିଲ । ଫ୍ୟାନ୍ସ ମଧ୍ୟ ହର୍ଷଙ୍କୁ କଲେ ସମର୍ଥନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 21, 2021, 8:57 AM IST

ମୁମ୍ବାଇ: କୋରୋନାରୁ ସୁରକ୍ଷିତ ରହିବା ପାଇଁ ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ହେଲେ ତାଙ୍କ ପୋଷ୍ଟରେ ମଜାଦାର ଟିପ୍ପଣୀ କରି ଚର୍ଚ୍ଚାରେ ତାଙ୍କ ଲାଡଲା ହର୍ଷବର୍ଦ୍ଧନ କପୁର । ଯାହାକୁ ଦେଖି ଫ୍ୟାନ୍ସଙ୍କ ହସ ମଧ୍ୟ ବାହାରିଯାଇଛି ।

କଥାଟି ହେଲା ଯେ ଅନିଲ 64 ବର୍ଷରେ ମଧ୍ୟ ନିଜକୁ ଏତେ ଫିଟ୍ ରଖୁଛନ୍ତି ଯେ ଆଜିର ଷ୍ଟାର୍ସ ମଧ୍ୟ ତାଙ୍କ ସାମ୍ନାରେ ଫିକା । ଆଉ ଭ୍ୟାକ୍ସିନ ନେବା ଫଟୋ ସେୟାର କରିଥିବାରୁ କମେଣ୍ଟ ମାରିଲେ ପୁଅ । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି କ୍ୟାପସନରେ ଅନିଲ ଲେଖିଥିଲେ, ‘ନେଲି ଦ୍ବିତୀୟ ଡୋଜ ।’ ଏହାସହ ସେ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ମଧ୍ୟ ଦେଇଥିଲେ ।

ସେପଟେ ବାପାଙ୍କ ବୟସ ଉପରେ କମେଣ୍ଟ କରି ହର୍ଷ ଲେଖିଥିଲେ, ‘କେମିତି । 45 ବର୍ଷରୁ କମ୍ ବୟସ ଲୋକ କେବଳ ମେ 1 ତାରିଖ ପରେ ଟିକା ନେଇଥାଆନ୍ତେ ।’ ଏହାସହ ସେ ହସିବା ଇମୋଜି ମଧ୍ୟ ସେୟାର କରିଛନ୍ତି । ଖାଲି ଏତିକି ନୁହେଁ ହର୍ଷଙ୍କ କଥାରେ ସହମତ ପ୍ରକାଶ କରି ଜଣେ ୟୁଜର ଲେଖିଛନ୍ତି, ‘ଠିକ୍ କଥା କେମିତି ତୁମେ ଟିକା ନେଲ ।’ ସେହିପରି ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ଏତେ ଭୁଲ । ସେ 18 ବର୍ଷରୁ ମଧ୍ୟ କମ୍ ବୟସର । ଟିକା ନେଲେ କେମିତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.